ଭାରତ

୪ରୁ ସଂସଦର ଶୀତ ଅଧିବେଶନ

(ଦିଲ୍ଲୀ) : ଡିସେମ୍ବର ୪ରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ ।  ଏହା ୨୨ ଡିସେମ୍ବର ପର୍ଯ୍ୟନ୍ତ ଜାରି ରହିବ । ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଡିସେମ୍ବର ୨ ରେ କେନ୍ଦ୍ର ଏକ ସର୍ବଦଳୀୟ ବୈଠକ ଡାକିଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏନେଇ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ , ଏଥର ସଂସଦର ଶୀତକାଳୀନ ଅଧିବେଶନ ୪ ଡିସେମ୍ବରରୁ ଆରମ୍ଭ ହୋଇ ୨୨ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ଏହି ଅବଧି ମଧ୍ୟରେ, ୧୯ ଦିନରେ ସମୁଦାୟ ୧୫ଟି ସଭା ଅନୁଷ୍ଠିତ ହେବ । ଏହାପୂର୍ବରୁ ଯୋଶୀ କହିଥିଲେ ଯେ ସଂସଦର ଶୀତ ଅଧିବେଶନ ଡିସେମ୍ବର ୪ରୁ ଆରମ୍ଭ ହୋଇପାରେ। ସଂସଦର ଏହି ଶୀତକାଳୀନ ଅଧିବେଶନକୁ ଅନେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ଏହି ଅଧିବେଶନରେ ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଗୃହରେ ଆଗତ କରାଯିବ । IPCC, CIPC ଏବଂ ପ୍ରମାଣ ଆଇନକୁ ବଦଳ କରିବା ପାଇଁ ବିଲ୍ ଅଣାଯିବ । ଡିସେମ୍ବର ୨୫ ତାରିଖ ପୂର୍ବରୁ ଶେଷ ହୋଇଥାଏ । ହେଲେ ଏଥର ୪ ଡିସେମ୍ବରରୁ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ।

Related posts

ବଢିବାରେ ଲାଗିଛି କରୋନା ସଂକ୍ରମଣ , ଦୈନିକ ସଂକ୍ରମଣ ୬ ହଜାର ପାର କରିଛି

mahabharatanews

ସିଡିରୁ ଖସି ଲାଲୁ ଯାଦବ ଗୁରୁତର

mahabharatanews

ମମତାଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କୁ ସିବିଆଇର ସମନ

mahabharatanews