ଓଡିଶା

କୋରୋନା ସହାୟତାରେ ହାତ ବଢାଇଛନ୍ତି ଦୁଇ ଭଉଣୀ

(ପାରାଦ୍ବୀପ / ପ୍ରଶାନ୍ତ କୁମାର ସ୍ବାଇଁ): ସାଇକେଲ ପାଇଁ ରଖିଥିବା ସଞ୍ଚିତ ଅର୍ଥକୁ କରୋନା ପାଇଁ ଦାନ କଲେ ଦୁଇ ଭଉଣୀ। ପାରାଦ୍ବୀପ ସ୍ଥିତ ଡିଏଭି ସ୍କୁଲରେ ୬ଷ୍ଠ ଓ ୪ର୍ଥ ଶ୍ରେଣୀରେ ପଢୁଥିବା ଦୁଇ ଭଉଣୀ ପଦ୍ମିନୀ ପ୍ରିୟଦର୍ଶିନୀ ଓ ନନ୍ଦିନୀ ପ୍ରିୟଦର୍ଶିନୀ ବିଭିନ୍ନ ଗଣମାଧ୍ୟମରୁ କରୋନା ସମ୍ପର୍କୀତ ତଥ୍ୟ ମର୍ମାହତ କରିଥିଲା। ଫଳରେ ଦୁଇ ଭଉଣୀ ନୂଆ ସାଇକେଲ କିଣିବା ପାଇଁ ରଖିଥିବା ୩,୭୩୩ ଟଙ୍କା କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ୍କୁ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଜି ବାପା କୀର୍ତ୍ତି ରଞ୍ଜନ ଦାସ ଙ୍କ ସହିତ ଦୁଇ ଭଉଣୀ ପାରାଦ୍ବୀପ ପୌରପରିଷଦ ରେ ପହଞ୍ଚି ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ ଓ ନିର୍ବାହୀ ଅଧିକାରୀ ଦିଲିପ ମହାନ୍ତିଙ୍କୁ ଉକ୍ତ ଅର୍ଥକୁ ଦାନ କରିଛନ୍ତି। ଅଳ୍ପ ହେଲେ ମଧ୍ୟ ଦୁଇ ଭଉଣୀଙ୍କ ବିଚାରଧାରା ଓ ସହଯୋଗ ମନୋବୃତ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ତାଙ୍କ ପାଇଁ ଆମେ ଗର୍ବିତ ବୋଲି ପୌରାଧ୍ୟକ୍ଷ ପ୍ରକାଶ କରିଛନ୍ତି।

Related posts

ଚାନ୍ଦବାଲି ପରେ ଦୟାଲ ଆଶ୍ରମରେ କ୍ରାଇମବ୍ରାଞ୍ଚର କ୍ରାଇମ ସିନ୍ ରିକ୍ରିଏସନ

mahabharatanews

୨୧, ୨୨ରେ ହିଟୱେଭ୍ ଜାରି

mahabharatanews

ସୋନପୁରରେ ତାପମାତ୍ରା ୧୧.୮ ଡିଗ୍ରୀ

mahabharatanews