ଓଡିଶା

ଋଷିକୂଲ୍ୟା ନଦୀ ଗଣ୍ଡରେ ବୁଡି ମହିଳା ମୃତ୍ୟୁ

ଗଞ୍ଜାମ/ ରଜନୀକାନ୍ତ ପାତ୍ର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଷୋଳଘର ନିକଟ ଋଷିକୂଲ୍ୟା ନଦୀ ଗଣ୍ଡରେ ଅସାବଧାନତା ବଶତଃ ବୁଡିଯାଇ ୫୫ ବର୍ଷୀୟା ଭାସିନୀ ଦାଶ ଙ୍କ ମୃତ୍ୟୁ ହୋଇଛି l ଭାସିନୀ ଆଜି ସକାଳୁ ଶୌଚ ହେବା ଲାଗି ନିକଟ ଋଷିକୂଲ୍ୟା ନଦୀକୁ ଯାଇଥିଲେ l ଦୀର୍ଘ ସମୟ ଧରି ସେ ଘରକୁ ନଫେରିବା କାରଣରୁ ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କୁ ନଦୀ ନିକଟରେ ଖୋଜା ଖୋଜି କରିବା ସହିତ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ l ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଭାସିନୀ କୁ ନଦୀ ଗଣ୍ଡରୁ ଉଦ୍ଧାରକରି ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କନ୍ଦ୍ରରେ ଭର୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l  ଖବର ପାଇ ପୁରୁଷୋତ୍ତମପୁର ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି l ଏହି ସ୍ଥାନରେ ଗତ ଅକ୍ଟୋବର ୨୬ ତାରିଖରେ ମଧ୍ୟ ଦୁଇ ଜଣ ଛାତ୍ର ଭାସିଯାଇଥିବା ସୂଚନା ରହିଛି l ତେବେ ବାରମ୍ବାର ଗୋଟିଏ ସ୍ଥାରେ ଅଘଟଣ ଘଟୁଥିବା କାରଣରୁ ପ୍ରଶାସନ ଏଠାକୁ ଲୋକ ନଆସିବା ଲାଗି ବାରଣ କରିବା ସହିତ ସଚେତନ କରାଇବାକୁ ସାଧାରଣ ରେ ଦାବିହେଉଛି l

Related posts

୪୦ ଫୁଟ ଉଚ୍ଚ ହୋର୍ଡିଂ ଟାଓ୍ବାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

mahabharatanews

ପୁରୀ ରେଳ ଷ୍ଟେସନ୍‌ରେ ଆଜି ପୁରୀ-ଗୁଣୁପୁର ଏକ୍ସପ୍ରେସ୍‌ ଟ୍ରେନ୍‌ ଲାଇନ୍‌ଚ୍ୟୁତ

mahabharatanews

 ବଢିଲା ୬ କୁଳପତିଙ୍କ କାର୍ଯ୍ୟକାଳ

mahabharatanews