ଓଡିଶା

ବାସନ ମାଜିବାକୁ ଯାଇ ନଦୀରେ ବୁଡିଗଲେ ମହିଳା

କେନ୍ଦ୍ରାପଡା : ନଦୀକୁ ଯାଇଥିଲେ ବାସନ ମାଜିବା ପାଇଁ । ହେଲେ ମହିଳା ଜଣକ ହୋଇଯାଇଥିଲେ ନିଖୋଜ । ତେବେ ଆଜି ଗୋବରୀ ନଦୀରୁ ତାଙ୍କର ମୃତଦେହ ଜବତ କରିଛି ପୋଲିସ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ମାର୍ଶାଘାଇ ଥାନା ଡଅରମୁଣ୍ଡ ଗ୍ରାମରେ । ରବିବାର ମଧ୍ୟାହ୍ନ ସମୟରେ ଗୋବରୀ ନଦୀକୁ ବାସନ ମାଜିବା ପାଇଁ ଯାଇ ଆଉ ଘରକୁ ଫେରି ପାରିନଥିଲେ ଗ୍ରାମର ଅନୁସୟା ନାୟକ । ଦୀର୍ଘ ସମୟ ଅନୁସୟା ଘରକୁ ଫେରି ନଥିବାରୁ ଖୋଜାଖୋଜି କରିଥିଲେ ପରିବାର ଲୋକେ । କିନ୍ତୁ ତାଙ୍କର କୌଣସି ଖୋଜ ଖବର ମିଳିନଥିଲା । ତେବେ ଆଜି ସକାଳୁ ନଦୀରେ ତାଙ୍କର ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ ଅନୁସୟାଙ୍କ ସମ୍ପର୍କୀୟ ଭାଇ । ଏହାପରେ ତାଙ୍କୁ ଉଦ୍ଧାର କରି ଉପରକୁ ଅଣାଯାଇଥିଲା । ତେବେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Related posts

ସରୋଜକୁ ବଳିର ବୋଦା କଲେ ବୋଥ୍ରା!

mahabharatanews

ବିଧାୟକଙ୍କୁ ତାଲା ପକାଇ ଜାଳି ଦେଲେ ଗାଡି

mahabharatanews

କେବଳ ଗ୍ରୀନ୍ କ୍ରାକରକୁ ଅନୁମତି

mahabharatanews