ଅପରାଧଓଡିଶା

ଯୁବତୀଙ୍କର କି ରାଗ ! ପ୍ରେମିକ ଘରେ ନିଆଁ ଲଗାଇଲା ପ୍ରେମିକା

ଭଦ୍ରକ : ପ୍ରେମିକ ରାଜ୍ୟ ବାହାରେ ରହୁଥିବା ବେଳେ ପ୍ରେମିକାର ଉନ୍ମତ୍ତ କାଣ୍ଡ । ପ୍ରତିଶାଧ ପରାୟଣ ହୋଇ ପ୍ରେମିକ ଘରେ ନିଆଁ ଲଗାଇଲେ ଯୁବତୀ । ଏହି ଘଟଣା ଘଟିଛି ଭଦ୍ରକ ବାସୁଦେବପୁରର ରୁକୁଣାଦେଇପୁର ଗ୍ରାମରେ। ଅଭିଯୋଗ ପରେ ପ୍ରେମିକା ସହ ଜଣେ ସହଯୋଗୀ ମଧ୍ୟ ଥାନାରେ ଅଟକ ଅଛନ୍ତି ।

ରୁକୁଣାଦେଇପୁର ଗ୍ରାମର ଜଣେ ଯୁବକର ଭଦ୍ରକ ଅଞ୍ଚଳର ଜଣେ ଝିଅ ସହିତ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଗଢି ଉଠିଥିଲା। କୌଣସି କାରଣବଶତଃ ଉଭୟଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତତା ହେବାରୁ ପରିବାର ଲୋକଙ୍କୁ ପେଟ୍ରୋଲ ଢାଳି ଜୀବନରୁ ମାରି ଦେବାକୁ ପ୍ରେମିକା ଧମକ ଦେଇଥିଲା । ଆଉ ଏବେ ପ୍ରେମିକା ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମିକ ଘରେ ପହଞ୍ଚି ଚାଳ ଘରେ ନିଆଁ ଲଗାଇ ଦେଇଥିଲା ।

ଦୁଇ ଯୁବତୀଙ୍କୁ କାବୁ କରି ଥାନାରେ ଦେଇଛନ୍ତି ପ୍ରେମିକର ପରିବାର ଲୋକ। ବାସୁଦେବପୁର ଥାନାରେ ଏ ସଂପର୍କରେ ଏତଲା ମଧ୍ୟ ଦେଇଛନ୍ତି ।

Related posts

ସୁଟିଂ ସେଟ୍‌ରେ ଆହତ ହେଲେ ଅଭିନେତା ଶ୍ରୀତମ ଦାସ

mahabharatanews

ଯୁବ ରେଡକ୍ରସ୍ ତରଫରୁ ଜିଲ୍ଲାସ୍ତରୀୟ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

mahabharatanews

୧୭ ପରେ ସରକାରର ପଦକ୍ଷେପକୁ ନେଇ ସୋନିଆଙ୍କ ପ୍ରଶ୍ନ

mahabharatanews