ଅପରାଧଓଡିଶା

ଯୁବତୀଙ୍କର କି ରାଗ ! ପ୍ରେମିକ ଘରେ ନିଆଁ ଲଗାଇଲା ପ୍ରେମିକା

ଭଦ୍ରକ : ପ୍ରେମିକ ରାଜ୍ୟ ବାହାରେ ରହୁଥିବା ବେଳେ ପ୍ରେମିକାର ଉନ୍ମତ୍ତ କାଣ୍ଡ । ପ୍ରତିଶାଧ ପରାୟଣ ହୋଇ ପ୍ରେମିକ ଘରେ ନିଆଁ ଲଗାଇଲେ ଯୁବତୀ । ଏହି ଘଟଣା ଘଟିଛି ଭଦ୍ରକ ବାସୁଦେବପୁରର ରୁକୁଣାଦେଇପୁର ଗ୍ରାମରେ। ଅଭିଯୋଗ ପରେ ପ୍ରେମିକା ସହ ଜଣେ ସହଯୋଗୀ ମଧ୍ୟ ଥାନାରେ ଅଟକ ଅଛନ୍ତି ।

ରୁକୁଣାଦେଇପୁର ଗ୍ରାମର ଜଣେ ଯୁବକର ଭଦ୍ରକ ଅଞ୍ଚଳର ଜଣେ ଝିଅ ସହିତ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଗଢି ଉଠିଥିଲା। କୌଣସି କାରଣବଶତଃ ଉଭୟଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତତା ହେବାରୁ ପରିବାର ଲୋକଙ୍କୁ ପେଟ୍ରୋଲ ଢାଳି ଜୀବନରୁ ମାରି ଦେବାକୁ ପ୍ରେମିକା ଧମକ ଦେଇଥିଲା । ଆଉ ଏବେ ପ୍ରେମିକା ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମିକ ଘରେ ପହଞ୍ଚି ଚାଳ ଘରେ ନିଆଁ ଲଗାଇ ଦେଇଥିଲା ।

ଦୁଇ ଯୁବତୀଙ୍କୁ କାବୁ କରି ଥାନାରେ ଦେଇଛନ୍ତି ପ୍ରେମିକର ପରିବାର ଲୋକ। ବାସୁଦେବପୁର ଥାନାରେ ଏ ସଂପର୍କରେ ଏତଲା ମଧ୍ୟ ଦେଇଛନ୍ତି ।

Related posts

ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରିବାକୁ ହେବ ଆଉ ଦେଢ ମାସ

mahabharatanews

ବଡ଼ଦିନରେ ଉଦାହରଣ ସାଜିଲେ କରଣ

mahabharatanews

ରାଜ୍ୟରେ ବର୍ଷାର ସମ୍ଭାବନା 

mahabharatanews