ବିଶ୍ୱଭାରତ

୮୦୦ କୋଟି ଛୁଇଁଲା ବିଶ୍ବ ଜନସଂଖ୍ୟା

ସାନଫ୍ରାନ୍ସିସକୋ: ବିଶ୍ୱରେ ଲଗାତର ବଢିବାରେ ଲାଗିଛି ଜନସଂଖ୍ୟା । ଏଭଳି ସ୍ଥିତିରେ ବଢୁଥିବା ଜନସଂଖ୍ୟା ଏକ ପ୍ରମୁଖ ସମସ୍ୟା ପାଲଟିଛି । ସାରା ବିଶ୍ବରେ ଜନସଂଖ୍ୟା ଅଭିବୃଦ୍ଧି ହାର ହ୍ରାସ ପାଇଥିଲେ ହେଁ ଏବେ ବିଶ୍ବ ଜନସଂଖ୍ୟା ୮୦୦ କୋଟି ଛୁଇଁଛି ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ଜାତିସଂଘ ‘ୱାର୍ଲଡ ପପୁଲେସନ ପ୍ରସପେକ୍ଟସ୍‌’ ପକ୍ଷରୁ ପ୍ରକାଶ କରାଯାଇଥିବା ରିପୋର୍ଟରେ ଏହି ତଥ୍ୟ ଦିଆଯାଇଥିଲା ବେଳେ ୨୦୨୩ ସୁଦ୍ଧା ଭାରତ ବିଶ୍ବର ସବୁଠୁ ଜନବହୁଳ ରାଷ୍ଟ୍ର ଭାବେ ପରିଣତ ହେବ ବୋଲି କୁହାଯାଇଛି। ୨୦୨୨ ନଭେମ୍ବର ୧୫ ତାରିଖ ସୁଦ୍ଧା ବିଶ୍ବ ଜନସଂଖ୍ୟା ୮୦୦ କୋଟିରେ ପହଞ୍ଚିବା ମାନବ ଇତିହାସରେ ଏକ ମାଇଲଖୁଣ୍ଟ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟ୍‌ରେସ କହିଛନ୍ତି।

ଜାତିସଂଘର ଆକଳନ ଅନୁଯାୟୀ ୨୦୩୦ ସୁଦ୍ଧା ବିଶ୍ୱ ଜନସଂଖ୍ୟା ପ୍ରାୟ ୮୫୦ କୋଟି, ୨୦୫୦ ସୁଦ୍ଧା ୯୭୦ କୋଟି ଏବଂ ୨୦୮୦ ସୁଦ୍ଧା ୧୦୪୦ କୋଟି ବୃଦ୍ଧି ପାଇପାରେ । ଏହାପରେ ଜନସଂଖ୍ୟା ସ୍ଥିରତା ଆସିପାରେ । ୨୧ ଶହ ମସିହା ଯାଏ ଏହି ସଂଖ୍ୟା ସ୍ଥିର ରହିବ ବୋଲି ଆଶା କରାଯାଉଛି ।

Related posts

ତଲାକ ଆଇନ ରଦ୍ଦ 

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୩୬୨ ଆକ୍ରାନ୍ତ ଚିହ୍ନଟ ଓ ୬୬ ଜଣ ମୃତ

mahabharatanews

ଆଜିଠୁ ସୁପ୍ରିମକୋର୍ଟଙ୍କ ଶୁଣାଣିର ହେବ ଲାଇଭ ଷ୍ଟ୍ରିମିଂ

mahabharatanews