ବିଶ୍ୱ

ତୃତୀୟ ଥର ଚୀନର ରାଷ୍ଟ୍ରପତି ନିର୍ବାଚିତ ହେଲେ ସି ଜିନପିଙ୍ଗ

ବେଜିଙ୍ଗ୍‌: ତୃତୀୟ ଥର ଚୀନର ରାଷ୍ଟ୍ରପତି ନିର୍ବାଚିତ ହେଲେ ସି ଜିନପିଙ୍ଗ | ଏଥର ଚୀନ୍‌ର ରାଷ୍ଟ୍ରପତି ନିର୍ବାଚନରେ ସି ଏକାକୀ ପ୍ରତିଦ୍ବନ୍ଦ୍ବିତା କରିଥିବା ବେଳେ ଦେଶର ମୁଖ୍ୟ ଭାବେ ତାଙ୍କୁ ନିର୍ବାଚିତ କରିବାକୁ ଥିଲେ ୨,୯୫୨ଜଣ ପ୍ରତିନିଧି। ସମସ୍ତ ପ୍ରତିନିଧି ସି’ଙ୍କୁ ଭୋଟ୍ ଦେଇଛନ୍ତି। କେହି ଜଣେ ହେଲେ ବି ଭୋଟ୍‌ଦାନରୁ ନିବୃତ୍ତ ରହିନାହାନ୍ତି କି, ତାଙ୍କ ବିରୋଧରେ ଭୋଟ୍‌ ଦେଇ ନାହାନ୍ତି। ସେ ଆଗାମୀ ୫ ବର୍ଷ ପାଇଁ ଚୀନ୍‌ର ରାଷ୍ଟ୍ରପତି ହୋଇ ରହିବେ। ଏହାଛଡ଼ା, ୱାଙ୍ଗ୍‌ କିଶାନ୍‌ଙ୍କ ସ୍ଥାନରେ ବିଦାୟୀ କାର୍ଯ୍ୟନିର୍ବାହୀ ଉପ-ପ୍ରଧାନମନ୍ତ୍ରୀ ହାନ୍‌ ଝେଙ୍ଗ୍‌ଙ୍କୁ ସି ଜିନ୍‌ପିଙ୍ଗ୍‌ ଉପରାଷ୍ଟ୍ରପତି ଭାବେ ମନୋନୀତ କରିଛନ୍ତି। ତାଙ୍କ ମନୋନୟକୁ ମଧ୍ୟ ପ୍ରତିନିଧି ଦଳ ସମର୍ଥନ କରି ଭୋଟ୍‌ ଦେଇଛନ୍ତି। ୧୪ତମ ନ୍ୟାସନାଲ ପିପୁଲ୍ସ କଂଗ୍ରେସର ବୈଠକରେ ସର୍ବସମ୍ମତି କ୍ରମେ ଚୀନର ଅଧ୍ୟକ୍ଷ ତଥା କେନ୍ଦ୍ରୀୟ ସୈନ୍ୟ ଆୟୋଗର ଅଧ୍ୟକ୍ଷ ନିର୍ବାଚିତ କରାଯାଇଛି । ଜିନପିଙ୍ଗ କମ୍ୟୁନିଷ୍ଟ ଦଳର ପ୍ରଥମ ଏହିଭଳି ନେତା ଯିଏ ତୃତୀୟ ଥର ପାଇଁ ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ନେବାକୁ ଯାଉଛନ୍ତି । ତାଙ୍କ ପୂର୍ବରୁ ଦଳ ସଂସ୍ଥାପକ ମାଓ ସେତୁଙ୍ଗ ଦୁଇ ଥର ନିଜର ପାଞ୍ଚପାଞ୍ଚ ବର୍ଷୀୟା କାର୍ଯ୍ୟକାଳ ସମ୍ଭାଳିଥିଲେ ।

Related posts

ଭାରତ ପରେ ଚନ୍ଦ୍ରରେ ପାଦ ଥାପିବ ଜାପାନ 

mahabharatanews

ପୁଣି ଅଶାନ୍ତ ହେଲା ଆମେରିକାର ଟେକ୍ସାସ ସହର, ଗୁଳି ମାଡ଼ରେ ୫ ମୃତ

mahabharatanews

ଇମ୍ରାନ ଖାନଙ୍କ ପତ୍ନୀଙ୍କୁ ୧୪ବର୍ଷ ଜେଲ୍ ଦଣ୍ତାଦେଶ

mahabharatanews