ଭୁବନେଶ୍ୱର: ରାଜଧାନୀର ଏକ ଘରୋଇ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନକୁ ସିଲ କଲା ବିଏମସି । ଚନ୍ଦ୍ରଶେଖର ପୁରରେ ଥିବା ଜାଭିୟର୍ସ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ(ଏକ୍ସଆଇଏମବି)ରୁ ବହୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଏମସି ଅନୁଷ୍ଠାନକୁ ସିଲ କରିଛି । ଶିକ୍ଷାନୁଷ୍ଠାନ ମଧ୍ୟରେ ଥିବା ଲୋକଙ୍କୁ ବାହାରକୁ ଓ ବାହାର ଲୋକଙ୍କୁ ଶିକ୍ଷାନୁଷ୍ଠାନ ଭିତରକୁ ଯିବା ଉପରେ କଟକଣା ଜାରି । ଯେଉଁମାନେ ଅନୁଷ୍ଠାନ କ୍ୟାମ୍ପସରେ ରହୁଛନ୍ତି ସେମାନେ ବାହାରକୁ ଆସିପାରିବେ ନାହିଁ । ବିଏମସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଆଦି ଯୋଗାଇ ଦିଆଯିବ । କେବଳ ବିଏମସି କର୍ମଚାରୀ ଭିତରକୁ ଯାଇ ପାରିବେ । ସମସ୍ତ ଆକ୍ରାନ୍ତଙ୍କୁ ଗୋଟିଏ ହଷ୍ଟେଲରେ ରହି ଚିକିତ୍ସା କରାଇବାକୁ ବିଏମସି ନିର୍ଦ୍ଦେଶ ଦେଇଛି ।
previous post
next post