(ଆଗ୍ରା): ତାଜମହଲକୁ ଛୁଇଁଲା ଯମୁନାପାଣି । ଯମୁନାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି । ତେବେ ଯମୁନା ବନ୍ୟା ଜଳ ସହରକୁ ପ୍ରବେଶ ନକରିବା ପାଇଁ ପଦକ୍ଷେପ ନିଆଯାଉଛି, କିନ୍ତୁ ଏବେ ବି ଯମୁନା ପାଣି ବିପଦ ସଂକେତ ଉପରେ ଚାଲିଛି । ଯେତେବେଳେ ଯମୁନାର ଜଳ ସ୍ତର ୪୯୫ ଫୁଟ ନିମ୍ନ ବନ୍ୟା ସ୍ତରରୁ ପହଞ୍ଚିଲା ଫଳରେ ଯମୁନା ଜଳ ତାଜମହଲ ପାର୍ଶ୍ୱରେ ବଗିଚାରେ ପହଞ୍ଚିଛି।
ସୂଚନାନୁଯାୟୀ , ୪୫ ବର୍ଷ ପୂର୍ବେ, ୧୯୭୮ର ବନ୍ୟା ସମୟରେ, ତାଜମହଲର ତଳ ମହଲାରେ ଜଳ ପହଞ୍ଚିଥିଲା। ଯମୁନାର ଜଳ ସ୍ତର ୫୦୦ ଫୁଟ ଉଚ୍ଚ ବନ୍ୟା ସ୍ତରରେ ପହଞ୍ଚିଥିଲା। ୧୯୭୮ ମସିହା ପ୍ରବଳ ବନ୍ୟାରେ ବି ପାଣି ମୁଖ୍ୟ ସମାଧିକୁ ଛୁଇଁ ପାରି ନଥିଲା । ବନ୍ୟାପାଣି ଯେପରି ସମାଧିସ୍ଥଳ ନଛୁଇଁପାରିବ ସେହିଭଳି ଡିଜାଇନରେ ଏହାର ନିର୍ମାଣ କରାଯାଇଛି ବୋଲି ପ୍ରତ୍ନତତ୍ତ୍ବ ବିଭାଗର ଜଣେ ଅଫିସର କହିଛନ୍ତି।