ରାୟଗଡ଼ା /ରବିନ୍ଦ୍ର କୁମାର ସାହୁ: ରାୟଗଡ଼ା ଜିଲ୍ଲା ଟ୍ରକ ଆସୋସିଏସନର ଆଜି ନିର୍ଦ୍ଵନ୍ଦରେ ସଭାପତି ଭାବେ ୟେଲ୍ଲା କୋଣ୍ଡାବାବୁ ବିଜୟ ଲାଭ କରିଛନ୍ତି । ଅଜିଠାରୁ ରାୟଗଡ଼ ଟ୍ରକ ମାଲିକ ସଂଘ ର ସଭାପତି ପଦ ଗ୍ରହଣ କରିଛନ୍ତି । ଗତକାଲି ରାୟଗଡ଼ ଟ୍ରକ ୟୁନିଅନର ନାମାଙ୍କନ ପତ୍ର ଦାଖଲ ସମୟ ଦିନ ଅପରାହ୍ନ ୧୨ ଟା ରୁ ୩ ଟା ପର୍ୟ୍ୟନ୍ତ ଥିବା ବେଳେ ଆଜି କେବଳ ସଭାପତି ପଦ ପାଇଁ ୟେଲ୍ଲା କୋଣ୍ଡାବାବୁ ନାମାଙ୍କନ ଦାଖଲ କରିଥିବା ବେଳେ କାର୍ୟ୍ୟକାରୀ ସଭାପତି ପାଇଁ ରାମ ମୋହନ ରାଓ, ସାଧାରଣ ସମ୍ପାଦକ ପାଇଁ କେ ଜାନିକି ରାମୟା ଉପସଭାପତି ପାଇଁ କେ ସୂର୍ୟା ଓ ଧରମା, ଯୁଗ୍ମ ସମ୍ପାଦକ ପାଇଁ ଏମ ଭାନୁ ପ୍ରସାଦ ଓ ସୁଧା ମୁଦୁଲି, କୋଷାଧ୍ୟକ୍ଷ ପାଇଁ ଭି ପ୍ରସାଦ ଓ ପ୍ରଶାନ୍ତ ସାମଲ ନାମାଙ୍କନ ପତ୍ର ଦାଖଲ କରିଥିଲେ । ନାମାଙ୍କନ ପତ୍ର ଦାଖଲ ର ଶେଷ ସମୟ ଆଜି ଦିନ ଅପରାହ୍ନ ତିନିଟା ପର୍ୟ୍ୟନ୍ତ ଥିବା ବେଳେ ଅନ୍ୟ କୌଣସି ବ୍ୟକ୍ତି ନାମାଙ୍କନ ପତ୍ର ଦାଖଲ କରିନଥିଲେ ଫଳରେ ୟୁନିଅନର ସଭାପତି ଭାବେ ନିର୍ଦ୍ଵନ୍ଦରେ କୋଣ୍ଡାବାବୁ ନିର୍ବାଚିତ ହୋଇଛନ୍ତି । ନିୟମାନୁଯାୟୀ ଆଜି ବିଧିବଦ୍ଧ ଭାବେ ଏହାର ଘୋଷଣା ହେବାପରେ ଆଜି ଦିନ ୧୦ ଟା ବେଳେ କୋଣ୍ଡା ବାବୁ ଓ ଅନ୍ୟ ସମସ୍ତ ବିଜୟୀ ପ୍ରାର୍ଥୀ ମା ମଝିଘରିଆଣୀ ମନ୍ଦିର କୁ ଯାଇ ମାଙ୍କ ଆଶୀର୍ବାଦ ନେଇ ଏକ ବୃହତ୍ ରାଲିରେ ୟୁନିଅନର କାର୍ୟ୍ୟାଳୟ କୁ ଯାଇ ସେଠାରେ ସେ ପ୍ରଥମେ ସଭାପତି କାର୍ୟ୍ୟଭାର ଗ୍ରହଣ କରିଥିଲେ।
previous post
next post