ଅପରାଧ

ସ୍ୱାସ୍ଥ୍ୟକର୍ମୀଙ୍କୁ ମାରି ଯୁବକ ଫେରାର

ଆଠଗଡ: କୋରୋନା ଯୁଦ୍ଧରେ ନିଜ ଜୀବନକୁ ଖାତିିର ନକରି ଜନସେବା ପାଇଁ ଆଗେଇ ଆସିଥିଳେ ସ୍ୱାସ୍ଥ୍ୟକର୍ମୀ । ଆଜି କିଛି ମାତ୍ରାରେ କୋରୋନା ନିୟନ୍ତ୍ରିତ ହେବାର ଶ୍ରେୟ ସେମାନଙ୍କୁ ହିଁ ଯାଉଛି । କିନ୍ତୁ ଆଜି ସେହି ସ୍ୱାସ୍ଥ୍ୟକର୍ମୀ ନୁହଁନ୍ତି ସୁରକ୍ଷିତ । ବିଭିନ୍ନ ସ୍ଥାନରେ ଆକ୍ରମଣର ଶିକାର ହେଉଛନ୍ତି ସେମାନେ । ସେହିଭଳି ଏକ ଘଟଣା ସାମନାକୁ ଆସିଛି କଟକ ତିଗିରିଆ ବିନ୍ଧାଣୀ ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କ କ୍ଷେତ୍ରରେ । ମଦ ପିଇ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ମାଡ ମାରିବା ସହ ତାଙ୍କ କାନ ଫଟାଇ ଦେଇଥିବା ଅଭିଯୋଗ ହୋଇଛି । ଏପରିକି ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ମଡଦ୍ୟ କରିଥିଳେ ନିଶାସକ୍ତ ଅବସ୍ଥାରେ ଥିବା ଏହି ଯୁବକ । ତେବେ ଘଟଣା ସମ୍ପର୍କରେ ଖବର ପାଇ ତିଗିରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସେଠାରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ । ଏହାପରେ ପୋଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରି ଯୁବକକୁ ଧରିବା ପାଇଁ ଖୋଳତାଡ ଜାରି ରଖିଛି ।

Related posts

ଝାଡଖଣ୍ଡ ଦୁମକା ହତ୍ୟା ମାମଲା

mahabharatanews

ମାଓବାଦୀଙ୍କ ସହ ଲଢ଼େଇ କରି ବାପାଙ୍କୁ ନୂଆ ଜୀବନ ଦେଲା ଝିଅ

mahabharatanews

ଭିଜିଲାନ୍ସ ହାତରେ ଧରାପଡିଲେ ପାଟଣାଗଡ ଏନଏସି କନିଷ୍ଠ ଯନ୍ତ୍ରୀ

mahabharatanews