ଓଡିଶା

କରୋନାକୁ ହରାଇ ଘରକୁ ଫେରିଲେ ବଢେଇ କୁଳ ସମାଜର ଯୁବକ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ରାଜ୍ୟରେ କରୋନା ସଂକ୍ରମଣରେ ଗଞ୍ଜାମ ଜିଲ୍ଲା ଆଗରେ ରହିଥିବା ବେଳେ ହିଞ୍ଜିଳି ବ୍ଲକ ପୂର୍ବଖଣ୍ଡ ତାଲୁକାର ୩୯ ବର୍ଷିୟ ଅଶୋକ ମହାରଣା କରୋନାକୁ ହରାଇ ଆଜି ନିଜ ଘର ସରଧାପୁରକୁ ଫେରିଛନ୍ତି । କିଛି ଦିନ ତଳେ ଅଶୋକ କରୋନା ଆକ୍ରାନ୍ତ ହୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ମାଁ ଦକ୍ଷିଣକାଳୀ ମୁଠା ସଂଗଠନର ଜଣେ ସଦସ୍ୟ ବୋଲି ଜଣାପଡିଛି । ତେବେ କରୋନା ସହ ଦୀର୍ଘ ୧୦ ଦିନର ଲଢେଇ ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତାଙ୍କୁ ଦକ୍ଷିଣ ଓଡ଼ିଶା ବିଶ୍ୱକର୍ମା ସମାଜର (ବଢେଇ କୁଳ) ସଭାପତି ସନ୍ତୋଷ ମହାରଣା ଓ ଅନ୍ୟ କର୍ମକର୍ତ୍ତାମାନେ ଫୁଲତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ଏହି ଅବସରରେ ବଢେଇ କୁଳର ସୁଶାନ୍ତ ମହାରଣା, ରାଜୁ ମହାରଣା, ପୂର୍ଣ୍ଣଚନ୍ଦ୍ର ମହାରଣା, ଦୁର୍ୟ୍ୟୋଧନ ମହାରଣା, ନିରଞ୍ଜନ ମହାରଣା, ଓ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Related posts

ପ୍ରତାପ ଷଢଙ୍ଗୀଙ୍କ ବିପକ୍ଷରେ ଲଢିବେ ଲେଖାଶ୍ରୀ 

mahabharatanews

ଲକ ଡାଉନ: ୩ ମଦ ବେପାରୀ ଗିରଫ

mahabharatanews

କାନକୁହାଳିଙ୍କ ପ୍ରରୋଚନାକୁ ସାବଧାନ

mahabharatanews