ଅପରାଧଓଡିଶା

ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ପୁରୁଷୋତ୍ତମପୁର ଥାନା ଶିଖରପୁର କୁକୁଡା ଫାର୍ମ ସାମ୍ନା ପିଡବ୍ଲ୍ୟୁଡି ରୋଡ ପାଶ୍ୱର୍ରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତ ଦେହ ଠାବ କରାଯାଇଛି। ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରି ଟାଙ୍ଗି ଦେଇଛି ସେନେଇ କାରଣ ଅସ୍ପଷ୍ଟ ରହିଛି। ତେବେ ମୃତ ଯୁବକଙ୍କ ନାମ ଶିଶିର ଦାସ (୩୫), ତାଙ୍କ ଘର ଗୁଡିଆଳି ଗ୍ରାମର ବୋଲି ଜଣାପଡିଛି। ଏକ ପ୍ୟାଣ୍ଟ ସାହାଯ୍ୟରେ ତାଙ୍କର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଠାବ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କୁ ହତ୍ୟା କରାଯାଇଛି ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି ସେନେଇ ସାଧାରଣରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଖବର ପାଇ ପୁରୁଷୋତ୍ତମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି।

Related posts

୧୨ରେ ଆସୁଛି ଏକ ଘୂର୍ଣ୍ଣିବଳୟ

mahabharatanews

ଲୋକସେବା ଭବନରେ ରିଲ୍ସ କଲେ ହେବ ଆକ୍ସନ: ଆଇନ ମନ୍ତ୍ରୀ

mahabharatanews

ମଝି ନଇରେ ବିପଦ ସଙ୍କୁଳ ଅବସ୍ଥାରେ ଫସିଲେ ୨ ଯୁବକ

mahabharatanews