Uncategorized

ଅବନ୍ତିପୋରାରେ ଏନକାଉଣ୍ଟର, ୧ ଆତଙ୍କବାଦୀ ନିହତ

(ଜାମ୍ମୁ): ଜାମ୍ମୁ-କାଶ୍ମୀର ପୁଲଧୱାମାର ଅବନ୍ତୀପୋରାରେ ମଙ୍ଗଳବାର ସକାଳେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ମୃତ ଆତଙ୍କବାଦୀ ଠାରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ ହୋଇଛି । ନିୟନ୍ତ୍ରଣ ରେଖା ଦେଇ ଭାରତୀୟ ସୀମାରେ ୩ ଜଣ ଆତଙ୍କବାଦୀ ପଶିଥିବା ସୂଚନା ମିଳିବା ପରେ ସୋମବାର ସେମାନଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରିଥିଲେ । ନୌସେରାର ଦବଡ, ପୋଠା, ଖେଡି, ଦରାଟ ଆଦି ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା । ମଙ୍ଗଳବାର ପୋଲିସ ଓ ଯବାନଙ୍କ ପକ୍ଷରୁ ଅବନ୍ତିପୋରା ଠାରେ ମିଳିତ ଚଢାଉ କରାଯାଇ ଅଞ୍ଚଳକୁ ସିଲ୍ କରି ଦିଆଯାଇଥିଲା । ଆତଙ୍କବାଦୀମାନେ ପ୍ରଥମେ ଯବାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଜବାବରେ ସୁରକ୍ଷାକର୍ମୀ ଏହାର ଜବାବ ଦେଇଥିଲା । ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଅପରପକ୍ଷରେ ଅସ୍ତ୍ରବିରତି ଉଲଙ୍ଘନ କରି ଆସିଥିବା ଆତଙ୍କବାଦୀମାନଙ୍କୁ ସେନା ଏବଂ ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ କରୁଛନ୍ତି ।

Related posts

ଦେଶରେ ୨୪ ଘଣ୍ଟାରେ ୪୭ କରୋନା ମୃତ୍ୟୁ

mahabharatanews

କରୋନା ସଂକ୍ରମିତ ହେଲେ ଟିମର ଷ୍ଟାର ଖେଳାଳି ରବିଚନ୍ଦ୍ରନ ଅଶ୍ୱିନୀ

mahabharatanews

ଆଉ ୧୪୩ କରୋନା ଆକ୍ରାନ୍ତ ସୁସ୍ଥ

mahabharatanews