ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ନିଶା କାରବାର ଉପରେ ନିୟନ୍ତ୍ରଣ ପାଇବାକୁ ଆବଶ୍ୟକୀୟ ପଦକ୍ଷେପ ନେଉଥିବା ଆଜି ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି । ନିଶା ତଷ୍କରୀକୁ ନେଇ ବିମଷ୍ଟେକ ଦେଶଗୁଡିକୁ ନେଇ ଅନୁଷ୍ଠିତ ଏକ ସମ୍ମିଳନୀରେ ଶାହା କହିଛନ୍ତି, ନିଶା କାରବାର ଉପରେ କାବୁ ପାଇବା ପାଇଁ ସରକ।।ର ଏକ ଆଇନ କରି ବିଭିନ୍ନ ସଂଗଠନ ସହଯୋଗରେ କାର୍ଯ୍ୟ କରିବ ।
ଶାହ।। କହିଛନ୍ତି, ନିଶାଯୁକ୍ତ ଔଷଧ ଆମଦାନୀ ଓ ରତ୍ପାନୀକୁ ଆମେ କଦାପି ଅନୁମତି ଦେବୁ ନାହିଁ । ଆବେ ନିଶା ତଷ୍କରୀକୁ ନିୟନ୍ତ୍ରଣ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଏଥିସହ ଶାହା ନାର୍କୋଟିକ କଣ୍ଟ୍ରୋଲ ବୁରୋ (ଏନସିବି) କମ ସମୟ ମଧ୍ୟରେ ତାର ମାନୁଆଲ ପ୍ରସ୍ତୁତ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି । ନିଶ।। ଔଷଧ ପ୍ରତି ଭାରତ ଶୂନ୍ୟ ସହିଷ୍ଣୁତା ଅବଲମ୍ବନ କରୁଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ନିଶା କାରବାର ଓ ତଷ୍କରୀକୁ ନିୟନ୍ତ୍ରଣ କରିବାକୁ ଆମେ ଆବଶ୍ୟକୀୟ ପଦକ୍ଷେପ ନେଉଛୁ । ଏଥିନେଇ ମଧ୍ୟ ବିଭିନ୍ନ ଅନୁଷ୍ଠାନ ସହଯୋଗରେ ଏହି ଚ୍ୟାଲେଞ୍ଜ ସହ ଲଢିବାକୁ ଏକ କାର୍ଯ୍ୟଖସଡା ପ୍ରସ୍ତୁତ କରାଯାଉଛି । ୱାର୍ଡ ଡ୍ରଗ ରିପୋର୍ଟର ଏକ ତଥକୁ ଦର୍ଶାଇ ଶାହା କହିଛନ୍ତି, ବିଶ୍ୱ ଜନସଂଖ୍ୟାର ୫.୫ ପ୍ରତିଶତ ଲୋକ ୧୬-୬୪ ବର୍ଷ ମଧ୍ୟରେ ନିଶା ସେବନ କରୁଛନ୍ତି । ଏହାର ଅର୍ଥ ୨୭ କୋଟି ଲୋକ ଏହି ଡ୍ରଗ୍ସିର ବ୍ୟବହାର କରୁଛନ୍ତି । ୨୦୧୦ରେ ଏହି ସଂଖ୍ୟ ଥିଲ।। ୨୧ କୋଟି । ଏହି ଅହେତୁକ ବୃଦ୍ଧି ଏକ ଚିନ୍ତାର ବିଷୟ । ସେ ଆହୁରି କହିଛନ୍ତି, ଅଣ ସାମାଜିକ ତତ୍ୱ ଓ ଆତଙ୍କବାଦୀଙ୍କ ପାଇଁ ନିଶା କାରବାର ମୁଖ୍ୟ ଅର୍ଥ ରୋଜଗାରର ବାଟ । ଏହି ଅର୍ଥରେ ସେମାନେ ସେମାନଙ୍କ ବେଆଇନ ଓ ଅପରାଧିକ କାର୍ଯ୍ୟକଳାପ ଘଟାଇଥାନ୍ତି । ତେଣୁ ଏହା ବିପକ୍ଷରେ ସମସ୍ତ ରାଷ୍ଟ୍ରକୁ ମିଳିବଭାବେ କାମ କରିବାକୁ ହେବ । ୨୦୧୯ ସେପ୍ଟେମ୍ବର ମଧ୍ୟରେ ଭାରତରେ ୨ ମେଟ୍ରିକ ଟନ ବେଆଇନ ହେରୋଇନ କାରବ।।ର ହୋଇଥିଲା, ଯାହା ୨୦୧୮ରେ ୧.୨ ମେଟ୍ରିକ ଟନ ଥିଲା । ତେଣୁ କେନ୍ଦ୍ର ସରକାର ଏହା ବିରୋଧରେ ପ୍ରାଥମିକ ପଦକ୍ଷେପ ନେଇଛି ଓ ବିଭିନ୍ନ ସଂସ୍ଥାକୁ ବେଆଇ ନିଶା କାରବାର ଉପରେଅଙ୍କୁଶ ଲଗାଇବାକୁ ଦାୟିତ୍ୱ ପ୍ରଦାନ କରିଛି ।