ଅପରାଧ

ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ: ୩ ଗିରଫ

ଭଦ୍ରକ: ଭଦ୍ରକ ଜିଲ୍ଲାର ଧାମରା ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗକୁ ଭିତ୍ତି କରି ପୁଲିସ ୩ ଜଣଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ଧାମରା ଥାନା ଅନ୍ତର୍ଗତ ବାଅ ।ଂସଡା ଗ୍ରାମର ଜଣେ ଅ ।ଦିବାସୀ ବିବାହିତା ମହିଳା (୨୫) ·ରି ଦିନ ତଳେ ସନ୍ଧ୍ୟା ସମୟରେ ଚିଙ୍ଗୁଡ଼ି ଘେର ନିକଟକୁ ଶୌଚ ହେବାକୁ ଯାଇଥିବା ବେଳେ ତାଙ୍କୁ ବାପୁଜୀ ଦାସ, ବାପୁ ସ୍ୱାଇଁ ଏବଂ ପପୁ ନାମକ ତିନିଜଣ ଯୁବକ ଟେକି ନେଇଥିଲେ । ଏହାପରେ ଉକ୍ତ ମହିଳାଙ୍କୁ ଗଣଦୁଷ୍କର୍ମ କରି ଅଭିଯୁକ୍ତମାନେ ସେହି ସ୍ଥାନରେ ଛାଡ଼ି ·ଲିଯାଇଥିଲେ । ପୀଡିତା ଥାନାରେ ଗଣଦୁଷ୍କର୍ମ ସମ୍ପର୍କରେ ଏକ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗକୁ ଭିତ୍ତି କରି ଖୋଜାଖୋଜି ପରେ ୩ ଜଣଙ୍କୁ ଗିରଫ କରିଛି ।

Related posts

ନିର୍ଭୟା କାଣ୍ଡର ପୁନରାବୃତ୍ତି: ଗଣଦୁଷ୍କର୍ମ ପରେ ସମାନ ଢଙ୍ଗରେ ମହିଳାଙ୍କୁ ହତ୍ୟା

mahabharatanews

ପିକଅପ ଭ୍ୟାନରୁ ୫୦ କେଜି ଗଞ୍ଜେଇ ଜବତ, ୩  ଗିରଫ 

mahabharatanews

ଦିଲ୍ଲୀ ବ୍ଲାଷ୍ଟ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା କରିଛି ଏନଆଇଏ

mahabharatanews