Uncategorized

ଆମେରିକାକୁ ଶତ୍ରୁ ଘୋଷଣା କଲା ଇରାନ

(ତେହେରାନ): ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି । ବୁଧବାର ଭୋର ସମୟରେ ଇରାକ ସ୍ଥିତ ଆମେରିକାର ଏୟାରବେସ ଉପରେ ଇରାନର ମିସାଇଲ ମାଡ ଘଟଣାକୁ ଆହୁରି ସାଂଘାତିକ କରିଦେଇଛି । ଏହି ଆକ୍ରମଣରେ ୨୦ ଜଣ ଆମେରିକୀୟଙ୍କ ସମେତ ୮୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଇରାନର ମିସାଇଲର ମାଡ କରିବା ପରେ ଆମେରିକାକୁ ପରମ ଶତ୍ରୁ ଘୋଷଣା କରିଛି । ଇରାନର ସୁପ୍ରିମ ଲିଡର ଅୟୋତୁଲ୍ଲା ଅଲ୍ଲୀ ଖମାନୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଆମେରିକା ଆଜି ଠାରୁ ଇରାନର ଶତ୍ରୁ । ଆମେ ମିଶାଇଲ ମାଡ କରି ଆମେରିକା ଗାଲରେ ଶକ୍ତ ଚାପୁଡା ମାରିଛୁ । କିନ୍ତୁ ସାମରିକ କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ନୁହେଁ । ଆମେରିକାର ଉପସ୍ଥିତି ଯୋଗୁଁ ଇରାକର ଉକ୍ତ ଅଞ୍ଚଳରେ ଦୁର୍ନୀତି ବଢୁଛି । ଏହାଦ୍ୱାରା ଯୁଦ୍ଧ, ବିଭେଦତା ଓ ବିଦ୍ୱେଶ ବଢିବାରେ ଲାଗିଛି । ତେଣୁ ଆମେରିକାର ଏହି କାର୍ଯ୍ୟ ଉପରେ ଅଙ୍କୁଶ ଲାଗିବା ଦରକାର । ଆମେରିକା ତୁରନ୍ତ ସେଠାରୁ ଚାଲିଯିବା ଉଚିତ ।

Related posts

ଆମେରିକୀୟ ନୌସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ

mahabharatanews

ଆପ ନେତାଙ୍କ ଛାତରୁ ପେଟ୍ରୋଲ ବୋମା ଉଦ୍ଧାର

mahabharatanews

ରାମ ମନ୍ଦିର ଟ୍ରଷ୍ଟ: ଅଯୋଧ୍ୟା ପୂଜାରୀଙ୍କୁ ସାମିଲ କରା ନ ଯିବାକୁ ନେଇ ଭିଏଚପିକୁ ନିନ୍ଦା

mahabharatanews