ଓଡିଶା

ଆସନ୍ତାକାଲିଠୁ ଡାକ୍ତରୀ ନାମଲେଖା ପଞ୍ଜିକରଣ 

(ଭୁବନେଶ୍ୱର) : ଆସନ୍ତା ୮ ତାରିଖରୁ ଓଜେଇଇ ୱେବସାଇଟରେ ଆରମ୍ଭ ହେବ ପଞ୍ଜୀକରଣ  । ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲ୍‌ କଲେଜରେ ଏମ୍‌ବିବିଏସ୍‌,  ବିଡିଏସ୍‌ ପଢ଼ିବା ପାଇଁ ଆସନ୍ତା ୮ ତାରିଖରୁ ଓଜେଇଇ ୱେବସାଇଟରେ  ପଞ୍ଜୀକରଣ ଆରମ୍ଭ ହେବ । ଏହାସହ  ଆଶାୟୀ ଛାତ୍ରଛାତ୍ରୀମାନେ ଚଏସ୍‌ ଫିଲିଂ  କରିପାରିବେ । ୧୦ ତାରିଖ ସନ୍ଧ୍ୟା ୫ଟା ବେଳକୁ ମକ୍‌ ସିଟ୍‌ ଆଲଟମେଣ୍ଟ୍‌ ତାଲିକା ପ୍ରକାଶ ପାଇବ । ୧୧ ତାରିଖ ଦିନ ୧୧ଟା  ବେଳକୁ ଚଏସ୍‌ ଲକିଂ ଆରମ୍ଭ ହେବ । ଯାହା ୧୨ଟା ସୁଦ୍ଧା ସରିବ ।  ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ବଳକା  ସିଟ୍‌ଗୁଡ଼ିକର ନାମଲେଖା ନେଇ ବିଜ୍ଞପ୍ତି  ପ୍ରକାଶ ପାଇବ ବୋଲି ଓଜେଇଇ ଅଧ୍ୟକ୍ଷ  ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ, ପ୍ରଥମ  ପର୍ଯ୍ୟାୟ ସିଟ୍‌ ଆଲଟମେଣ୍ଟ ୧୩ ତାରିଖ  ସନ୍ଧ୍ୟା ୫ଟାରେ ପ୍ରକାଶ ପାଇବ । ୧୫  ତାରିଖ ୧୦ଟାରୁ ୧୬ ତାରିଖ ସନ୍ଧ୍ୟା  ୫ଟା ପର୍ଯ୍ୟନ୍ତ ଓଜେଇଇ ମୁଖ୍ୟାଳୟରେ  ରିପୋର୍ଟିଂ ଓ ପ୍ରୋଭିଜନାଲ୍‌ ଆଡମିଶନ୍‌  ହେବ । ସମସ୍ତ ପ୍ରକ୍ରିୟା ୨୦ ତାରିଖ ସୁଦ୍ଧା  ଶେଷ କରିବାକୁ ଓଜେଇଇ କର୍ତ୍ତୃପକ୍ଷ  ସ୍ଥିର କରିଛନ୍ତି । ନାମଲେଖା ପ୍ରକ୍ରିୟାର  ବିସ୍ତୃତ ତଥ୍ୟ ୱେବସାଇଟରେ ରହିଛି।

Related posts

ନୟାଗଡ଼ ASPଙ୍କ ବଦଳି ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି

mahabharatanews

ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲା ମୁଖ୍ୟାଳୟ ପରିଦର୍ଶନ

mahabharatanews

କାଳ ହେଉଛି ଅଲିଭା କାଳୀ, ଓଡ଼ିଶା ଫେରନ୍ତା ପ୍ରବାସୀଙ୍କୁ ସ୍କିନ୍ ଡିଜିଜ

mahabharatanews