Uncategorized

ଉଦ୍ଧବ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ ଅଜିତଙ୍କୁ ଅର୍ଥ, ଆଦିତ୍ୟଙ୍କୁ ପରିବେଶ ମନ୍ତ୍ରାଳୟ ଦାୟିତ୍ୱ

(ମୁମ୍ବାଇ): ଉଦ୍ଧବ ଠାକରେଙ୍କ ମନ୍ତ୍ରିମଣ୍ଡଳର ବିଭାଗ ଆବଣ୍ଟନକୁ ରବିବାର ରାଜ୍ୟପାଳ ଭଗତ ସିଂହ କୋଶିୟାରି ଅନୁମୋଦନ ଦେଇଛନ୍ତି । ବିଭାଗ ଆବଣ୍ଟନରେ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ମହାରାଷ୍ଟ୍ର ସରକାରଙ୍କର ଅଧିକାଂଶ ଶୀର୍ଷସ୍ତରୀୟ ମନ୍ତ୍ରାଳୟ ପାଇଛି । ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଅଜିତ ପାୱାର ଅର୍ଥ ଏବଂ ଯୋଜନା ବିଭାଗ ପାଇଥିବା ବେଳେ ତାଙ୍କ ଦଳର ଅନ୍ୟତମ ସଦସ୍ୟ ଅନୀଲ ଦେଶମୁଖ ରାଜ୍ୟର ନୂତନ ଗୃହମନ୍ତ୍ରୀ ହୋଇଛନ୍ତି । ଏହାଛଡା ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ଶିବସେନାର ବିଧାୟକ ଆଦିତ୍ୟ ଠାକରେଙ୍କୁ ପରିବେଶ ପର୍ଯ୍ୟଟନ ବିଭାଗ ଦିଆଯାଇଛି । ଏନସିପି ନେତା ଛଗନ ଭୁଜବଳଙ୍କ ପାଖରେ ଖାଦ୍ୟ ଏବଂ ସାମାଜିକ ନ୍ୟାୟ ବିଭାଗ ରହିଛି ।

ମନ୍ତ୍ରିମଣ୍ଡଳରେ ଶିବସେନାକୁ ମୋଟ ୧୫ଟି ବିଭାଗ ଦିଆଯାଇଛି । ଯେଉଁଥିରେ ଶିଳ୍ପ, ଖଣି ଏବଂ ମରାଠି ଭାଷା ଭଳି ବିଭାଗ ରହିଛି । ଏହି ଦଳର ନେତା ସୁବାଷ ଦେଶାଇଙ୍କ ପାଖରେ ନଗର ଉନ୍ନୟନ ବିଭାଗ ରହିଥିବା ବେଳେ ଏକନାଥ ସିନେ୍ଧଙ୍କୁ ପରିବହନ ଓ ସଂସଦୀୟ ବ୍ୟାପାର ବିଭାଗ ମିଳିଛି । ସେହିପରି ସରକାର ଗଠନ ବେଳେ ମହାମେଣ୍ଟରେ ସାମିଲ ହୋଇଥିବା ଅନ୍ୟତମ ଦଳ କଂଗ୍ରେସ ପାଖରେ ରାଜସ୍ୱ, ନିର୍ମାଣ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଦି ବିଭାଗ ରହିଛି । କଂଗ୍ରେସ ନେତା ବାଲାସାହେବ ଥୋରାଟଙ୍କୁ ରାଜସ୍ୱ ବିଭାଗ ମିଳିଛି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୱନଙ୍କୁ ସାର୍ବଜନୀନ ନିର୍ମାଣ ବିଭାଗ ଦିଆଯାଇଛି ।
ତେବେ ସାଧାରଣ ପ୍ରଶାସନ, ସୂଚନା ଓ ପ୍ରଯୁକ୍ତିବିଦ୍ୟା, ସୂଚନା ଓ ଲୋକସମ୍ପର୍କ, ଆଇନ ଏବଂ ଅନ୍ୟାନ୍ୟ ବିଭାଗ ଗୁଡିକ ଅନ୍ୟ କୌଣସି ମନ୍ତ୍ରୀଙ୍କୁ ଦିଆ ନଯାଇ ଥିବାରୁ ସେ ସବୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଖରେ ରହିବ । ଏହି ବିଭାଗ ବଣ୍ଟନକୁ ନେଇ ଶିବସେନାରେ ଅସନ୍ତୋଷ ଦେଖିବାକୁ ମିଳିଛି । ଦଳୀୟ ବିଧାୟକମାନଙ୍କ ଅପେକ୍ଷା ଏନସିପି ଓ କଂଗ୍ରେସ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୁର୍ଣ୍ଣ ବିଭାଗ ମିଳିଛି ଦର୍ଶାଇ ଦଳର ଅନେକ ବରିଷ୍ଠ ନେତା ଏହି ବିଭାଗ ବଣ୍ଟନରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Related posts

ଅସ୍ତ୍ରବିରତି ଉଲଙ୍ଘନ କଲା ପାକିସ୍ତାନ

mahabharatanews

କୋରୋନା ଯାଞ୍ଚ ପାଇଁ ହସ୍ପିଟାଲରେ ଲମ୍ବା ଧଡି

mahabharatanews

ବଜ୍ରପାତରେ ସପ୍ତାହକରେ ଗଲାଣି ୧୫୦ ଜୀବନ

mahabharatanews

Leave a Comment