Uncategorized

ଉଦ୍ଧାର ପାଇଁ ଭାରତୀୟ ଦୂତାବାସକୁ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ

(ମହାଭାରତ, ନୂଆଦିଲ୍ଲୀ): ଚୀନରେ ଭୟଙ୍କର ରୂପ ଧାରଣ କରିଥିବା କୋରୋନା ଭାଇରସ କବଳରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଚଳିତ ସପ୍ତାହରେ ଚୀନକୁ ସହାୟତା କରିବା ପାଇଁ ଭାରତ ସରକାର ବିମାନ ଯୋଗେ ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ପଠାଇବେ । ତେବେ ସେଠାକୁ ଯାଉଥିବା ବିମାନରେ ଭାରତୀୟଙ୍କୁ ମଧ୍ୟ ଉଦ୍ଧାର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଏଠାରେ ଫସି ରହିଥିବା ଭାରତୀୟମାନେ ବେଜିଂରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିବାକୁ କୁହାଯାଇଛି । ଦୂତାବାସ କହିବାନୁଯାୟୀ, କୋରୋନା ମୁକାବିଲା ଦିଗରେ ସହଯୋଗ କରିବା ପାଇଁ ଚଳିତ ସପ୍ତାହରେ ଉହାନକୁ ପଠାଯାଉଥିବା ରିଲିଫ ବିମାନରେ ସେଠାରେ ଫସିଥିବା ଭାରତୀୟ ଫେରିପାରିବେ । ତେବେ ସ୍ୱଦେଶ ଫେରିବାକୁ ଚାହୁଁଥିବା ଲୋକେ ଦୂତାବାସ ସହ ସମ୍ପର୍କ କରନ୍ତୁ ବୋଲି ଏଥିରେ କୁହାଯାଇଛି । ଏନେଇ ଚୀନ ସ୍ଥିତ ଭାରତୀୟ ଦୂତାବାସର ଫୋନ ନମ୍ବର ମଧ୍ୟ ଜାରି କରାଯାଇଛି । ସୂଚନାଯୋଗ୍ୟ, ଚଳିତମାସ ୧ ଓ ୨ ତାରିଖରେ ୨ଟି ବିମାନ ଯୋଗେ ଉହାନରେ ଫସିଥିବା ୬୫୦ ଜଣ ଭାରତୀୟଙ୍କୁ ଉଦ୍ଧାର କରି ଭାରତ ଅଣାଯାଇଥିଲା ।

Related posts

ବହୁତ ଦୂର ବାଟ ଯିବାକୁ ଅଛି: ଘେବ୍ରେଏସସ୍

mahabharatanews

 ଭୁବନେଶ୍ୱରରେ କେନ୍ଦ୍ରୀୟ ଦଳ

mahabharatanews

ବିହାର ବିଧାନସଭାରେ ମୂଷା

mahabharatanews

Leave a Comment