ଅପରାଧ

ଏଟିଏମ ଲୁଟ୍ ଉଦ୍ୟମ ବିଫଳ, ୨ ଲୁଟେରା ଗିରଫ

(ମହାଭାରତ, କାମାକ୍ଷାନଗର): ଢେଙ୍କାନାଳ କାମାକ୍ଷାନଗର ଠାରେ ଏଟିଏମ ଲୁଟ୍ ଉଦ୍ୟମ କରିଥିବା ୨ ଲୁଟେରାଙ୍କୁ ପୋଲିସ ଗିରଫ କରିଛି । ଏହି ଲୁଟ୍ ସମୟରେ ସିସିଟିଭିରେ କଏଦ ହୋଇଥିବା ଫୁଟେଜକୁ ଦେଖି ଲୁଟେରାଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ଠାରୁ ଦୁଇଟି ଏଟିଏମ କାର୍ଡ ସମେତ ମୁଖା ଓ ମାରଣାସ୍ତ୍ର ପୋଲିସ ଜବତ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ କାମାକ୍ଷାନଗର ଥାନା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି । ପୋଲିସ ସୂଚନା ଅନୁଯାୟୀ, ଗତ ଫେବୃୟାରି ୬ ତାରିଖରେ ଅଭିଯୁକ୍ତ ଦ୍ୱୟ କଙ୍କଡାହାଡ ଠାରେ ଥିବା ୟୁକୋ ବ୍ୟାଙ୍କର ଏକ ଏଟିଏମ କାଉଣ୍ଟରରେ ଭଙ୍ଗାରୁଜା କରିଥିଲେ । କିନ୍ତୁ ଏଟିଏମ ମେସିନ ଭିତରୁ ଟଙ୍କା ଲୁଟ୍ କରିବାରେ ବିଫଳ ହୋଇଥିଲେ । ଏହାପରେ ସ୍ଥାନୀୟ ଇଲେକ୍ଟ୍ରିସିଟି ଅଫିସ ନିକଟରେ ଥିବା କାନାରା ବ୍ୟାଙ୍କର ଏକ ଏଟିଏମରେ ଭଙ୍ଗାରୁଜା କରିଥିଲେ । କିନ୍ତୁ କୌଣସି ଲୁଟ୍ କରିବାରେ ସକ୍ଷମ ହୋଇ ନଥିଲେ । ପରେ ଏଟିଏମ ଭଙ୍ଗାରୁଜା ନେଇ ଥାନାରେ ଏତଲା ଦିଆଯାଇଥିଲା । ଏହାକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଲୁଟ୍ ଉଦ୍ୟମ ବେଳର ସିସିଟିଭି ଫୁଟେଜ୍ ପୋଲିସ ଯାଞ୍ଚ କରିଥିଲା । ଅଭିଯୁକ୍ତ ଦ୍ୱୟ ପେଶାଦାର ଏଟିଏମ ଲୁଟେରା ବୋଲି ଚିହ୍ନଟ କରି ସେମାନଙ୍କୁ ଗିରଫ କରିଥିବା କାମାକ୍ଷାନଗର ଏସଡିପିଓ ସୂଚନା ଦେଇଛନ୍ତି ।

Related posts

ଯୁବତୀଙ୍କୁ ନିର୍ମମ ହତ୍ୟା, ଦୁଷ୍କର୍ମ ସନ୍ଦେହ

mahabharatanews

କୁସୁପୁର ଗଣହତ୍ୟା ଘଟଣା : ମୋବାଇଲ ଟର୍ଚ ଲାଇଟ ପକାଇ କଦଳୀ ଗଛକୁ ହାଣୁ ଥିଲା ଶିବ!

mahabharatanews

ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୩ ନାବାଳକ ଥାନାରେ ଅଟକ

mahabharatanews