ଅପରାଧ

ଟ୍ରେନ ଭିତରେ ମାଡି ବସିଲା ପୋଲିସ

ବ୍ରହ୍ମପୁର(ମହାଭାରତ): ପୋଲିସ ହାତରେ ବଡ ସଫଳତା । ଏକାଥରକେ ୭ ଲୁଟେରାଙ୍କୁ କାବୁ କରିଛି ସୁରତ ପୋଲିସ । ସୁରତର ବ୍ୟବସାୟୀଙ୍କ ନିକଟରୁ ଟଙ୍କା ଏବଂ ମେବାଇଲ ଇତ୍ୟାଦି ଲୁଟି ଓଡିଶାକୁ ଫେରି ଆସୁଥିବା ବେଳେ ପୋଲିସ ପଞ୍ଝାରେ ଧରା ପଡିଛନ୍ତି ୭ ଜଣ ଲୁଟେରା । ଓଡିଶା ଫେରୁଥିବା ବେଳେ ଟ୍ରେନରେ ହିଁ ସେମାନଙ୍କୁ ଗିରଫ କରିଛି ସୁରତ ପୋଲିସ ।
ମିଳିଥିବା ସୂଚନା ଅନୁଯାୟୀ ସୁରତ ଅମରୋଲିର ହରିଶ ଗୋଣ୍ଡୋଲିଆ ନାମକ ଜଣେ ବ୍ୟବସାୟୀ ସାଢେ ସାତ ଲକ୍ଷ ଟଙ୍କା ସହ ୩ଟି ମୋବାଇଲ ଧରି ଘରକୁ ଫେରୁଥିଲେ । ଘରକୁ ଫେରିବା ବାଟରେ ରେଲୱେ କ୍ରସିଂ ନିକଟରେ କିଛି ଦୁର୍ବୃତ୍ତ ବାଇକରେ ଆସି ତାଭ୍କ ଚପରେ ଆକ୍ରମଣ କରିଥିଲେ । ମାରଣାସ୍ତ୍ର ଦେଖାଇ ଟଙ୍କା ଭର୍ତ୍ତି ବ୍ୟାଗ ଏବଂ ମୋବାଇଲ ଛଡାଇ ନେଇ ଯାଇଥିଲେ ଏହି ୮ ଜଣ ଦୁର୍ବୃତ୍ତ । ଥାନାରେ ଏନେଇ ଅଭିଯୋଗ ହେବା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା । ତେବେ ଏମାନଙ୍କ ମଧ୍ୟରୁ ୭ ଜଣ ଲୁଟେରା ଓଡିଶାର ଏବଂ ସେମାନେ ତାପ୍ତି ଗଙ୍ଗା ଟ୍ରେନରେ ଗଞ୍ଜାମ ଯାଉଥିବା ଜାଣିବାକୁ ପାଇଥିଲା ପୋଲିସ । ଏହାପରେ ରେଲୱେ ପୋଲିସ ସହ ଯୋଗାଯୋଗ କରି ଛତିଶଗଡ ଷ୍ଟେସନରେ ଏହି ୭ ଜଣ ଲୁଟେରାଙ୍କୁ ସୁରତ ପୋଲିସ ଗିରଫ କରିଛି । ଏଥିସହ ସେମାନଙ୍କ ନିକଟରୁ ମୋଟ ଏକ ଲକ୍ଷ ୨୫ ହଜାର ଟଙ୍କା ଜବତ ହୋଇଛି ।

Related posts

ଜାଲ ସାର୍ଟିଫିକେଟ ରାକେଟ, ରିମାଣ୍ଡରେ 4 ଅଭିଯୁକ୍ତ

mahabharatanews

ପୂର୍ବ ଶତୃତାକୁ କେନ୍ଦ କରି କଏଦୀକୁ ସଂଘବଦ୍ଧ ଭାବେ ଗୁଳିକାଣ୍ଡ

mahabharatanews

ରାଜଧାନୀରେ ପୁଣି ଆତଙ୍କ

mahabharatanews