Uncategorized

ଏଠାରେ ଚାଲୁଚାଲୁ ଶୋଇପଡ଼ନ୍ତି ଲୋକେ

(ମହାଭାରତ): ଯେଉଁଠି ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଲୋକେ ଶାନ୍ତିରେ ଟିକେ ଶୋଇବାକୁ ସମୟ ପାଉନାହଁନ୍ତି । ସେଇଠି କିଛି ଲୋକ ଏପରି ଅଛନ୍ତି କି ମେସାନେ କେତେବେଳେ କେଉଁଠି ବି ଶୋଇପଡ଼ନ୍ତି । ଏପରି ପରସ୍ପର ସହିତ କଥା ହେବା ସମୟରେ ହେଉଁ ବା ଚଲିବା ସମୟରେ ନିଦରେ ଶୋଇ ପଡ଼ନ୍ତି । ଏବେ ଆପଣ ଭାବୁଥିବେ ଏହା କିପରି ସମ୍ଭବ । ହଁ ଏହି କଥା ପୂରା ଠିକ । ଏପରି ଘଟଣା କଜାକିସ୍ଥାନରେ ଦେଖିବାକୁ ମିଳେ । ଏଠାରେ ଥିବା କଲାଚି ଗ୍ରାମର ଲୋକେ କେତେବେଳେ ବି ଶୋଇପଡ଼ନ୍ତି । ଏପରି ରହସ୍ୟମୟ ଭାବେ ଲୋକେ ଶୋଇପଡ଼ନ୍ତି ଯେ ମାସ ମାସ ଧରି ସେମାନଙ୍କ ନିଦ ଭାଙ୍ଗିନଥାଏ । ସେହିପରି ଯେତେବେଳ ଏହି ଲୋକ ଶୋଇକି କି ଉଠନ୍ତି ସେତେବେଳେ ତାଙ୍କର କିଛି ମନେ ତଥାଏ । ଏପରିକି ଶୋଇକି ଉଠିବା ପରେ ଆଶ୍ଚର୍ଯ୍ୟ ଜନକ କଥା ବାର୍ତ୍ତା କରିଥାନ୍ତି ।
କଲାଚି ଗ୍ରାମରେ ଏପରି ଘଟଣା ପ୍ରଥମେ ୨୦୧୦ ମସିହାରେ ଦେଖବାକୁ ମିଳିଥିଲା । ସ୍କୁଲ ସମୟରେ କିଛି ଛାତ୍ରଛାତ୍ରୀ ହଠାତ ସ୍କୁଲରେ ପଡ଼ିଯାଇଥିଲେ ଏବଂ ତା ପରେ ଶୋଇ ପଡ଼ିଥିଲେ । ଏହା ପରେ ଏପରି ଘଟଣା ବାରମ୍ବାର ଦେଖିବାକୁ ମିଳିଲା । ସେବେଠାରୁ ଏହାର କାରଣ ଖୋଜିବାରେ ଲାଗିଛନ୍ତି ବୈଜ୍ଞାନିକ ମାନେ । ଏପରିକି ଡ଼କ୍ଟର ମାନେ ମଧ୍ୟ ଏହାର କାରଣ ଖୋଜି ପାଉନାହଁନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହା ଶୋଇବାରେ ଅନିୟମିତତା ହେତୁ ହୋଉଛି । ଯାହିକ ଆମ ଶରୀରରେ ଥିବା ୟୁରିନିୟମ ଗ୍ୟାସକୁ ପ୍ରଭାବିତ କରିଥାଏ । ଏହି ଗ୍ୟାସ ମାତ୍ରା ଆମ ଶରୀରରେ ଅଧିକ ହେଲେ ଲୋକ ମୁର୍ଚ୍ଛା ଯାଆନ୍ତି । ଏହି ରୋଗ କାରଣ ହେତୁ ଏହି ଗାଁ ଛାଡ଼ି ଲୋକ ଅନ୍ୟ ଗାଁକୁ ପଳାୟନ କରୁଛନ୍ତି । ଯାହା ଫଳରେ ଗ୍ରାମରେ ଜନସଂଖ୍ୟା କମିବାରେ ଲାଗିଛି ।

Related posts

ମୂଲ୍ୟବୋଧ, ସମ୍ମାନ ଥିଲା ଆନବାଜହାଗନଙ୍କ ପରିଚୟ: ରାଜନୀକାନ୍ତ

mahabharatanews

ଜଏସର ବରିଷ୍ଠ ନେତାଙ୍କ ସହ ୨ ହାର୍ଡ କୋର କମାଣ୍ଡର ଠାବ

mahabharatanews

ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ, ୨ ପର୍ଯ୍ୟଟକଙ୍କ ମୃତ୍ୟୁ

mahabharatanews