Uncategorized

ଏମିତି ସହର, ଯେଉଁଠି ୫ଦିନ ଡ୍ରେସ ଧୋଇବା ମନା

(ମହାଭାରତ): ସାଧାରଣତଃ ଡ୍ରେସ ୨ କିମ୍ବା ୩ଥର ଧୋଇବା ପରେ ତାହା ମଇଳା ହୋଇଯାଇଥାଏ । ଫଳରେ ତାକୁ ସଫା କରିବାକୁ ପଡେ । ପ୍ରତ୍ୟେକ ଦିନ ଡ୍ରେସ ସଫା ହେବା ଏକ ସାଧାରଣ କଥା । କିନ୍ତୁ ବିଶ୍ୱରେ ଏମିତି ଏକ ସହର ଅଛି ଯେଉଁଠି ସପ୍ତାହର ୫ଦିନ ଡ୍ରେସ ସଫା କରିବାକୁ ମନା କରାଯାଇଛି । ଏହା ପଛରେ ଏକ କାରଣ ମଧ୍ୟ ରହିଛି । ଆମେରିକାର ନର୍ଥ କ୍ୟାରୋଲିନାରେ ସର୍ଫ ସିଟରେ ଗତ କିଛିଦିନ ହେବ ସପ୍ଲାଏ ପାଣି ମଇଳା ଆସୁଛି । ଏହାଦ୍ୱାରା ସ୍ଥାନୀୟ ଲୋକଙ୍କୁ ଡ୍ରେସ ସଫା କରିବାରେ ଅସୁବିଧାର ସାମ୍ନା କରିବାକୁ ପଡୁଛି । ଏହା ସହ ରୋଷେଇ କରିବାରେ ମଧ୍ୟ ସମସ୍ୟା ଦେଖାଦେଉଛି । ସପ୍ଲାଏ ପାଇପ୍ ଲାଇନରେ ଜମା ହୋଇଥିବା ଅତିରିକ୍ତ ଆଇରନ ସଫା କରିବା ପାଇଁ ପବ୍ଲିକ ୱାର୍କ୍ସ ଡିପାର୍ଟମେଣ୍ଟ ପକ୍ଷରୁ ୫ଦିନ ଡ୍ରେସ ସଫାସଫି କରିବାକୁ ମନା କରାଯାଇଛି ।

Related posts

ଯୋଗୀଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲଂଘନ ଅଭିଯୋଗ

mahabharatanews

ନଭୀ ମୁମ୍ବାଇର ଆପାର୍ଟମେଣ୍ଟରେ ନିଆଁ

mahabharatanews

ଦାଭୋଲକର ହତ୍ୟାରେ ବ୍ୟବହୃତ ପିସ୍ତଲ ଜବତ

mahabharatanews

Leave a Comment