Uncategorized

ଏଲଓସିରେ ଆତଙ୍କବାଦୀଙ୍କ ବୋମା ବିସ୍ଫୋରଣ ବିଫଳ

(ଜାମ୍ମୁ): ଜାମ୍ମୁ କାଶ୍ମୀରର ରାଜୌରୀରେ ରବିବାର ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଆତଙ୍କବାଦୀଙ୍କ ଶକ୍ତିଶାଳୀ ବୋମା ବିସ୍ଫୋରଣକୁ ଭାରତୀୟ ଯବାନ ବିଫଳ କରିଦେଇଛନ୍ତି । ଏକ ଶକ୍ତିଶାଳୀ ବୋମା ଏଲଓସି ନିକଟରେ ରଖାଯାଇଥିବା ସମ୍ପର୍କରେ ସୂଚନା ମିଳିବା ପରେ ଏହାକୁ ନିଷ୍କ୍ରିୟ କରିଦିଆଯାଇଥିଲା । ଏହି ବିସ୍ଫୋରକ ବା ଆଇଇଡିକୁ କେରୀ ସେକ୍ଟରରେ ଖଞ୍ଜା ଯାଇଥିଲା । ଏନେଇ ସେନାକୁ ସନ୍ଧ୍ୟା ୪ଟା ବେଳେ ସୂଚନା ମିଳିଥିଲା । ପରେ ସେଠାରେ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ସଫଳତାପୂର୍ବକ ଏହାକୁ ନିଷ୍କ୍ରିୟ କରି ଦେଇଥିଲେ ବୋଲି ପ୍ରତିରକ୍ଷା ବିଭାଗର ଜଣେ ମୁଖପାତ୍ର କହିଛନ୍ତି ।

ସୂଚନାଯୋଗ୍ୟ, ଶୁକ୍ରବାର ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲଙ୍ଘନ କରି ଜାମ୍ମୁ-କାଶ୍ମୀରରେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ରାଜୌରୀ ଓ ପୁଂଛ ଜିଲ୍ଲାରେ ବଳପୂର୍ବକ ପ୍ରବେଶ କରି ଗୁଳିଚାଳନା କରିଥିଲା । ଭାରତୀୟ ଜବାନମାନେ ଏହାର କଡା ଜବାବ ଦେଇଥିଲେ । ତେବେ ଜାମ୍ମୁ-କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ ଘାଟିରୁ ଆତଙ୍କବାଦୀମାନେଙ୍କୁ ବାହାର କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Related posts

କୃଷ୍ଣକାୟ ମୃତ୍ୟୁ: ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ବିକ୍ଷୋଭକାରୀ

mahabharatanews

ହାସ୍ୟଅଭିନେତା କୁନାଲଙ୍କ ଯାଚିକା ଖାରିଜ

mahabharatanews

୫୦୦ ଏବଂ ୨୦୦୦ ଟଙ୍କିଆ ନୋଟରେ ଭର୍ତ୍ତି ରେଳ ଧାରଣା

mahabharatanews

Leave a Comment