(ମହାଭରତ): ଘରେ ମହିଳାମାନଙ୍କ ହାତରେ ଚାବିକାଠି ରହିଥାଏ । ପୁରୁଷ ସିନା ରୋଜଗାର କରିଥାନ୍ତି,କିନ୍ତୁ ଘରର ସବୁ ଦାୟିତ୍ୱ ମହିଳା ହିଁ ନେଇଥାନ୍ତି । ଘରର ଧନ ସମୃଦ୍ଧି ରକ୍ଷା କରିବା ଦାୟିତ୍ୱ ମହିଳାମାନଙ୍କ ହାତରେ ହିଁ ରହିଥାଏ । ସେମାନେ ସବୁ ଚାବିକୁ ଏକାଠି କରି ସମ୍ଭାଳି ରଖିଥାନ୍ତି । ଏହି ଚାବିକୁ ସମ୍ଭାଳି ରଖିବାର ମଧ୍ୟ ବିଶେଷ ସ୍ଥାନ ରହିଛି । ଯାହାକୁ ଆପଣେଇଲେ ଘରେ କେବେ ଟଙ୍କା ପଇସାର ବେକାର ଖର୍ଚ୍ଚ ହୋଇନଥାଏ । ଭୁଲ ଦିଗରେ ଚାବି ରଖିଲେ ପଇସା ମାମଲାରେ ଆପଣ ପଛରେ ପଡିପାରନ୍ତି । ଆଜି ଆପଣଙ୍କୁ ଘରର ଚାବି ରଖିବାର ସଠିକ୍ ସ୍ଥାନ ବିଷୟରେ କହିବୁ ଯାହାକୁ ଆପଣେଇ ଆପଣଙ୍କ ଭାଗ୍ୟ ଖୋଲିପାରିବେ ।
ଘରେ ମହିଳାମାନଙ୍କ ହାତରେ ଚାବିକାଠି ରହିଥାଏ । ପୁରୁଷ ସିନା ରୋଜଗାର କରିଥାନ୍ତି,କିନ୍ତୁ ଘରର ସବୁ ଦାୟିତ୍ୱ ମହିଳା ହିଁ ନେଇଥାନ୍ତି । ଘରର ଧନ ସମୃଦ୍ଧି ରକ୍ଷା କରିବା ଦାୟିତ୍ୱ ମହିଳାମାନଙ୍କ ହାତରେ ହିଁ ରହିଥାଏ । ସେମାନେ ଘରର ସବୁ ଚାବିକୁ ଏକାଠି କରି ସମ୍ଭାଳି ରଖିଥାନ୍ତି । ଏହି ଚାବିକୁ ସମ୍ଭାଳି ରଖିବାର ମଧ୍ୟ ବିଶେଷ ସ୍ଥାନ ରହିଛି । ଯାହାକୁ ଆପଣେଇଲେ ଘରେ କେବେ ଟଙ୍କା ପଇସାର ବେକାର୍ ଖର୍ଚ୍ଚ ହୋଇନଥାଏ । ଭୁଲ ଦିଗରେ ଚାବି ରଖିଲେ ପଇସା ମାମଲାରେ ଆପଣ ପଛରେ ପଡିପାରନ୍ତି । ଆଜି ଆପଣଙ୍କୁ ଘରର ଚାବି ରଖିବାର ସଠିକ୍ ସ୍ଥାନ ବିଷୟରେ କହିବୁ ଯାହାକୁ ଆପଣେଇ ଆପଣଙ୍କ ଭାଗ୍ୟ ଖୋଲିପାରିବେ । ପ୍ରାଚୀନ କାଳରେ ମହିଳାମାନେ ଚାବିକାଠିକୁ ଅଣ୍ଟାରେ ରଖୁଥିଲେ । ଏହାକୁ ମଧ୍ୟ ଶୁଭ ବୋଲି ଧରାଯାଏ । କିନ୍ତୁ ଏହାକୁ ତକିଆ ତଳେ ରଖିବା ଅଶୁଭ ବୋଲି କୁହାଯାଏ । ଆପଣ ଯେତେ ଧନ କମାନ୍ତୁ ପଛେ ଚାବିକୁ ଯଦି ତକିଆ ତଳେ ରଖିବେ ଟଙ୍କା ପଇସାକୁ କେବେ ସ୍ଥିର କରି ରଖି ପାରିବେ ନାହିଁ । ତାହା କୌଣସି ବାଟରେ ଖର୍ଚ୍ଚ ହୋଇଯିବ । ଚାବିକାଠିକୁ ଆପଣ ଡ୍ରଇଂ ରୁମରେ ଟାଙ୍ଗିକି ରଖନ୍ତୁ ନାହିଁ । ଏହାକୁ ବାଥରୁମରେ କାନ୍ଥରେ ମଧ୍ୟ ଟାଙ୍ଗିକି ରଖିବା ଉଚିତ୍ ନୁହେଁ । ଏହାକୁ ଟାଙ୍ଗିବାର ଠିକ୍ ଦିଗ ହେଲା ଉତ୍ତର ଦିଗ । ଏହି ଦିଗରେ ଚାବିକାଠି ଟାଙ୍ଗିଲେ ମା ଲକ୍ଷ୍ମୀଙ୍କ ବିଶେଷ କୃପା ହୋଇଥାଏ । ଘରେ କେବେ ଧନର ଅଭାବ ହୋଇନଥାଏ ।