ଅପରାଧ

ଏସ୍ପି ଅଫିସ ସମ୍ମୁଖରେ ନିଆଁ ଲଗାଇଥିବା ଉନ୍ନାଓ ପୀଡିତାଙ୍କ ମୃତ୍ୟୁ

ଉନ୍ନାଓ: ଉନ୍ନାଓର ଆଉ ଜଣେ ପୀଡ଼ିତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଛି । ତାଙ୍କ ଶରୀରର ଅଧିକାଂଶ ସ୍ଥାନ ପୋଡ଼ି ହୋଇଯାଇଥିବାରୁ ତାଙ୍କର ମୃତ୍ୟୁ ଘଟିିଛି । ଉନ୍ନାଓ ଜିଲ୍ଲାର ହସନଗଞ୍ଜ ଅଞ୍ଚଳର ଜଣେ ଦୁଷ୍କର୍ମ ପୀଡ଼ିତା ନ୍ୟାୟ ପାଇବାରୁ ବଞ୍ôଚତ ହେବା ପରେ ଗତ ୧୬ ତାରିଖରେ ଏସପି ଅଫିସ ସମ୍ମୁଖରେ ଆତ୍ମଦାହ ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଗତ୧୬ ଡିସେମ୍ବରରେ ପୀଡ଼ିତା ନିଜ ଶରୀରରେ ନିଅ। ଲଗାଇଦେବା ପରେ ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ହୋଇଯାଇଥିଲା । ଏହାପରେ ସେ ଲାଜପତ ରୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ପୀଡିତାଙ୍କ ପେଟ ଓ ଶ୍ୱାସନଳୀ ସଂକ୍ରମିତ ହୋଇଯାଇଥିଲା । ଏହାପରେ ଶନିବାର ସକାଳୁ ପୀଡ଼ିତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଶେଷରେ ଆଜି ତାଙ୍କର ମୃତ୍ୟୁ ଘଟିଛି ।

ସୂଚନାଯୋଗ୍ୟ, ଡିସେମ୍ବର ୬ରେ ଉନ୍ନାଓର ଆଉ ଜଣେ ପୀଡ଼ିତାଙ୍କର ମୃତ୍ୟୁ ଘଟିଥିଲା ।୨୩ ବର୍ଷୀୟ ଏହି ଯୁବତୀ ଜଣଙ୍କୁ ଭେଣ୍ଟିଲେଟରରେ ଥିବା ବେଳେ ହୃଦଘାତର ଶିକାର ହୋଇଥିଲେ । ଏହାପରେ ତାଙ୍କର ମୃତ୍ୟୁ ଘଟିଥିଲା । ଯୁବତୀ ଜଣଙ୍କର ଶରୀରରେ ପେଟ୍ରୋଲ ଢ଼ାଳି ୫ ଦୁର୍ବୃତ୍ତ ନିଅ ।ଁ ଲଗାଇ ଦେଇଥିଲେ । ଏହାପରେ ଯୁବତୀଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ହୋଇଯାଇଥିଲା । ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କର ମୃତ୍ୟୁ ଘଟିଥିଲା ।

Related posts

ସୁନ୍ଦରଗଡ଼ ପୋଲିସକୁ ବଡ଼ ସଫଳତା : ଏନକାଉଣ୍ଟରରେ ୩ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

mahabharatanews

ମାଓବାଦୀ ସେଣ୍ଟ୍ରାଲ କ୍ୟାଡ଼ର ବିଜୟ ଏବଂ ମାଓବାଦୀ DVCM କ୍ୟାଡ଼ର ଲୋକେଶ ସଲାମେ ନିହତ

mahabharatanews

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ଯୁବକ

mahabharatanews