Uncategorized

ସିଏଏ ହିଂସା: ମୃତକଙ୍କ ପରିବାରକୁ ୧୦ ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ୟଦୁରପ୍ପା

ବେଙ୍ଗାଲୁରୁ: ଦେଶରେ ବ୍ୟାପିଥିବା ସିଏଏ ହିଂସାରେ ୧୯ ଡିସେମ୍ବରକୁ ମାଙ୍ଗାଲୁରୁରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏହି ହିଂସାରେ ମୃତ୍ୟୁବରଣ କରିଥିବା ବୃକ୍ତିଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଏହା ବ୍ୟତୀତ ହିଂସାକୁ ନେଇ ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ୟଦୁରପ୍ପା ମାମଲାର ଯାଞ୍ଚ ପ୍ରକାରକରଣ କରିବାର ଦାୟିତ୍ୱ ଗୃହ ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଡେପୁଟି କମିଶନର ସିଂଧୁ ରୁପେଶଙ୍କୁ ପୀଡିତ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶନିବାର ପୁଲିସ ଅଧିକାରୀଙ୍କ ସହ ହୋଇଥିବା ବୈଠକ ପରେ ୟଦୁରପ୍ପା ଏହି ନିର୍ଦ୍ଦେଶ ଦେଇଛନ୍ତି । ଦୁରପ୍ପା ବିଭିନ୍ନ ଧାର୍ମିକ ସଂଗଠନର ପ୍ରତିନିଧି ଓ ପୀଡିତ ପରିବାର ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି, ଭଡକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଗୁରୁବାର ବଳପ୍ରୟୋଗ କରିବାକୁ ବାଧ୍ୟ ହୋଇଥିଲା ।

Related posts

ସବୁଠୁ ରହସ୍ୟମୟ ସ୍ଥାନ ‘ଲେକ୍ କ୍ୟାଣ୍ଡି’

mahabharatanews

ସିବିଆଇ ଚଢଉପରେ ହକି ମହାସଂଘ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନରିନ୍ଦର ବାତ୍ରା

mahabharatanews

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏଟିଏମରୁ ୩୨ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୁୁତ୍ତ

mahabharatanews