Uncategorized

ଏହି ସବୁ କାରଣରୁ ପୁରୁଷଙ୍କ ବିବାହରେ ହୁଏ ବିଳମ୍ବ

ମହାଭାରତ: ବୟସ ବଢ଼ିଲେ ବିବାହ କଥା ଚିନ୍ତା କରାଯାଏ। ଭଲ ପ୍ରସ୍ତାବ ମିଳିବା ଓ ବିବାହ ଠିକ୍‌ ହେବା ପାଇଁ କିଛି ସମୟ ଲାଗେ। ଅନେକ ସମୟରେ ଦେଖାଯାଏ ଯେ ସବୁ ଠିକ୍‌ ହୋଇ ମଧ୍ୟ ବାରମ୍ବାର ବିବାହ ଭାଙ୍ଗିଯାଏ। ଆଉ କିଛି ଲୋକଙ୍କ କ୍ଷେତ୍ରରେ ବିବାହ ପାଇଁ ଯୋଗ୍ୟ ପ୍ରସ୍ତବ ମିଳିବାରେ ବିଳମ୍ବ ହୁଏ। ତେବେ ଏହା ପଛର କାରଣ ଘରର ବାସ୍ତୁ ଦୋଷ ହୋଇପାରେ। ଏଥିପାଇଁ ନିମ୍ନଲିଖିତ ୫ଟି କଥା ଉପରେ ଧ୍ୟାନ ଦେବାକୁ ପଡ଼ିବ।

୧) ବାସ୍ତୁଶାସ୍ତ୍ର ଅନୁସାରେ, ବିବାହଯୋଗ୍ୟ ପୁଅ କିମ୍ବା ଝିଅ ଦକ୍ଷିଣ କିମ୍ବା ଦକ୍ଷିଣ ପଶ୍ଚିମ ଦିଗ ଆଡ଼କୁ ମୁଣ୍ଡ କରି ଶୋଇବା ଉଚିତ୍‌ ନୁହେଁ। ଏହି ଦିଗକୁ ମୁଣ୍ଡ କରି ଶୋଇଲେ ବିବାହରେ ବାଧା ଉପୁଜିଥାଏ ଏବଂ କୁହାଯାଏ ଯେ ବିବାହଯୋଗ୍ୟ ପ୍ରସାବ ମଧ୍ୟ ମିଳେନାହିଁ।
୨) ଏକାଧିକ ଦ୍ୱାର ଥିବା ରୁମ୍‌ରେ ବିବାହ ଯୋଗ୍ୟ ପୁଅ ଶୋଇବା ଭଲ। କାରଣ କମ୍‌ ପବନ ଓ ସୂର୍ୟ୍ୟ କିରଣ ପଡ଼ୁଥିବା ରୁମ୍‌ରେ ଶୋଇବା ଏମାନଙ୍କ ପାଇଁ ଅଶୁଭ ହୋଇଥାଏ। ଏହା ବିବାହରେ ଯଥେଷ୍ଟ ବିଳମ୍ବ କରାଇପାରେ।
୩) ବିବାହ ଯୋଗ୍ୟ ପୁଅମାନେ ବିବାହ ନ ହେବାଯାଏ କଳା ରଙ୍ଗରୁ ଟିକେ ଦୂରେଇ ରହିଲେ ଭଲ।
୪) ପୁଅମାନେ ରହୁଥିବା ରୁମ୍‌ର ରଙ୍ଗ ଆଦୌ ଗାଢ଼ ହେବା ଉଚିତ୍‌ ନୁହେଁ। କାରଣ ଏହା ବିବାହରେ ବିଳମ୍ବ କରିଥାଏ। ଏମାନେ ରହୁଥିବା ରୁମ୍‌ର ରଙ୍ଗ ସବୁବେଳେ ଗୋଲାପି, ହଳଦିଆ, ଇଷତ ନୀଳ ଓ କମଳା ପରି ଲାଇଟ୍‌ କଲର୍‌ ହେବା ଭଲ।
୫) ଆପଣଙ୍କର ଯଦି ବିବାହରେ ବିଳମ୍ବ ହେଉଛି, ତେବେ ଏମିତି ରୁମ୍‌ରେ ଆଦୌ ଶୁଅନ୍ତୁ ନାହିଁ , ଯେଉଁଠି ବେଡ୍‌ର ଠିକ୍‌ ଉପରକୁ ବିମ୍‌ ଥିବ।

Related posts

ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୧ ହଜାର ୧୨୯

mahabharatanews

ଘରେ ପ୍ରସ୍ତୁତ କରନ୍ତୁ ମାଣ୍ଡିଆ ରସାବଳି

mahabharatanews

୨ୟ ପର୍ୟ୍ୟାୟ ବନ୍ଦେ ଭାରତ ମିଶନ: ଫେରିବେ ୨୩ ହଜାର

mahabharatanews