ଓଡିଶା

କମିଟି ଆଧାରରେ ନିଷ୍ପତିକୁ କାର୍ଯ୍ୟକାରୀ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ସ୍କୁଲ ଫି ପ୍ରସଙ୍ଗରେ ହାଇକୋର୍ଟ ରାଜ୍ୟ ସରକାର ଦେଇଥିବା ରିହାତି ପ୍ରସ୍ତାବକୁ କାର୍ୟ୍ୟକାରୀ କରିବାକୁ ଅନୁମତି ଦେଇଛନ୍ତି । କମିଟି ଆଧାରରେ ନିଆଯାଇଥିବା ନିଷ୍ପତିକୁ କାର୍ୟ୍ୟକାରୀ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ବି ଆର ଷଡଙ୍ଗୀଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ସମାନ ବିଷୟକୁ ନେଇ ହୋଇଥିବା ଅନ୍ୟ ପିଟିଶନର ବିଚାର ଆଉ କରାଯିବ ନାହିଁ ।
କରୋନା ମହାମାରୀ ପାଇଁ ଗତ ମାର୍ଚ୍ଚ ମାସରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିଲା । ତେବେ ଘରୋଇ ସ୍କୁଲ ଗୁଡିକ ବନ୍ଦ ସତ୍ତେ୍ୱ ପିଲାଙ୍କଠାରୁ ମାସିକ ଫି ଆଦାୟ କରିବାକୁ ନେଇ ଅଭିଭାବକ ସଂଘ ପ୍ରଥମେ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ । କିନ୍ତୁ ରାଜ୍ୟ ସରକାର ଏହି କ୍ଷେତ୍ରରେ କୌଣସି ପଦକ୍ଷେପ ନ ନେବାରୁ ସଂଘ ହାଇକୋର୍ଟରେ ପହଞ୍ଚିଥିଲା । ଏହି ମାମଲାକୁ ନେଇ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂଗଠନ ପକ୍ଷରୁ ହାଇକୋର୍ଟରେ ଯାଚିକା ଦାୟର ହୋଇଥିଲା । ଆଇନଜୀବୀ ମହମ୍ମଦ ମୁସ୍ତାକ ଅନସାରୀ, ଭୁବନେଶ୍ବରର ପ୍ରହଲ୍ଲାଦ ରାଉତ, ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଅଲ୍ ଇଣ୍ଡିଆ ପାରେଣ୍ଟସ୍ ଆସୋସିଏସନ୍ ସଭାପତି ପ୍ରଦୀପ୍ତ ନାୟକ ହାଇକୋର୍ଟରେ ପୃଥକ ମାମଲା ଦାୟର କରିଥିଲେ।

 

Related posts

କେନ୍ଦୁଝର ବାଟଦେଇ ଦିଲ୍ଲୀକୁ ଗଡ଼ିବ ଟ୍ରେନ 

mahabharatanews

ଆସନ୍ତା ୩ଦିନ ପ୍ରବଳ ବର୍ଷା ସମ୍ଭାବନା

mahabharatanews

ଭଲ ନ ଲାଗିବାରୁ ଭାଙ୍ଗି ଦେଲି

mahabharatanews