କଣିହାଁ: ସରକାରଙ୍କ କୃଷି ବିଭାଗ ନିର୍ଦ୍ଦେଶକୁ ‘ଫୁ’ କରିଦେଉଛନ୍ତି ମିଲର ବାବୁ । ଉଭୟେ ସମିତି ଓ ମିଲର ମିଲିଭଗତରେ ଚାଷୀକୁ ଲୁଟ୍କୁ ନେଇ ଚାଷୀ ମହଲରେ ତିବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଧାନ ମଣ୍ଡିରେ ମାତ୍ରାଧିକ ପରିମାଣର କଟଣୀ ଛଟଣୀକୁ ନେଇ ମଙ୍ଗଳବାର କଣିହାଁ ବ୍ଲକସ୍ଥ କାକୁଡିଆ ସେବା ସମବାୟ ସମିତି ପରିସରରେ କୃଷକ ଭାଇ ମାନଙ୍କ ମହଲରେ ଭାଳେଣୀ ଦେଖାଦେଇଛି । ସମିତି ପରିସରରେ ଦୀର୍ଘଦୀନ ଧରି ପଡିରହୁଛି ଚାଷୀଙ୍କ ଅମଳ ହୋଇଥିବା ଶତାଧିକ ଧାନ ବସ୍ତା । ଚାଷୀଙ୍କ ଭଲ ଧାନରେ କୁଇଣ୍ଟାଲ ପିଛା ୩ କେ.ଜି କାଟୁଥିବା ବେଳେ ଅନ୍ୟ ଧାନ ଗୁଡିକରେ କୁଇଣ୍ଟାଲ ପିଛା ୭ କେ.ଜି. ରୁ ୧୧ କେ.ଜି ଧାନ କଟଣିଛଟଣୀ କରି ଚାଷୀଙ୍କୁ ଲୁଟ୍ କରାଯାଇଛି । ଚାଷୀ ମାନେ ନିଜ ହାତରୁ ବସ୍ତା କଣି ଅଜଥା ଖର୍ଚ୍ଚାନ୍ତି ହେବାକୁ ପଡୁଛି ବୋଲି ଚାଷୀ ଗୁରୁତର ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର କୃଷକ ମାନଙ୍କ ବିରୋଧୀ ବୋଲି କହିବା ସହିତ ଆଗାମୀ ଦିନରେ ଉଚିତ୍ ଜବାବ୍ ଦେବୁ ବୋଲି ଚାଷୀ ଚେତାଇ ଦେଇଛନ୍ତି । ମାଟି ପୁଅ ଅଶୋକ ମହାନ୍ତି ଆମ ପଛରେ ଅଛନ୍ତି । ଚାଷୀଙ୍କ ସମସ୍ୟା ଯେଉଁଠି ଥାଏ ଆମ ପୁଅ ତୁରନ୍ତ ପହଁଚି ପ୍ରତ୍ୟେକ ବର୍ଷ ଏଭଳି ସମସ୍ୟା ସମାଧାନ କରନ୍ତି । ଏସ୍ସିଏସ୍ ନିକ ଦୁଃଖବନ୍ଧୁ ସାହୁ, ରଂଜନ କୁମାର ପ୍ରଧାନ, ବିଷ୍ଣୁ ଦେହୁରୀ, କାଠି ସାହୁ, ପବିତ୍ରମୋହନ ସାହୁ ପ୍ରମୁଖ ୪୫ରୁ ଉଦ୍ଧ୍ୱର୍ ଚାଷୀ ଭାଇ ଚେତାଇ ଦେଇଛନ୍ତି । ପ୍ରକାଶ ଥାଉକି, କାକୁଡିଆ ସମିତି ଅଧିନରେ ୩୬୭ ଚାଷୀ ଅନ୍ ଲାଇନ ପଂଜିକରଣ କରିଥିବା ବେଳେ ୯ହଜାର କୁଇଣ୍ଟାଲ ଧାନ କ୍ରୟ କରାଯିବା ପାଇଁ ଲକ୍ଷ ଧାର୍ଯ୍ୟ ହୋଇଛି । ଗତ ଡିସେମ୍ବର ମାସ ଶେଷ ସୁଦ୍ଧା ୭୫୦ କୁଇଣ୍ଟାଲ ଧାନ ଚାଷୀଙ୍କ ଠାରୁ ମିଲର ପକ୍ଷରୁ କ୍ରୟ କରାଯାଇଥିଲା । ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ୨୦୮ କୁଇ ।ଲ ଧାନ ଚାଷୀଙ୍କ ଠାରୁ ମିଲର ସଂଗ୍ରହ କରିଛି । ଆଜି ସୁଧା ମୋଟ୍ ୯୫୮କୁଇଣ୍ଟାଲ ଧାନ ମିଲର ପକ୍ଷରୁ କ୍ରୟ କରାଯାଇଛି । ଖବର ପାଇ ଆଜି ମଧ୍ୟାହ୍ନରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବ ନ ବିଜେପି ଜିଲ୍ଲା ସଭାପତି ଅଶୋକ ମହାନ୍ତି ଘଟଣାସ୍ଥଳରେ ପହଁଚି ଚାଷି ଭାଇ ମାନଙ୍କ ସହିତ ଆଲୋଚନା କରିଥିଲେ । ପରେ ଉପଖଣ୍ଡ ପ୍ରଶାସନିକ ଅଧିକାରୀ ଓ ଜିଲ୍ଲା କୃଷି ବିଭାଗୀୟ ଅଧିକାରୀଙ୍କ ସହିତ ଫୋନ ମାଧ୍ୟରେ ଚାଷୀ ମାନଙ୍କ ଠାରୁ କିଭଳି ମଣ୍ଡିରେ ଲୁଟ୍ ଚାଲିଛି ସେ ସମ୍ପର୍କରେ ଜଣାଇଥିଲେ । ବିଭାଗୀୟ ଅଧିକାରୀ ତୁରନ୍ତ ସମଗ୍ର ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ କରି ଚାଷୀଙ୍କ ହକ୍ ଦେବାପାଇଁ ଦାବୀ କରିଛନ୍ତି ।
previous post
next post