Uncategorized

କାବୁଲ: ଆତ୍ମଘାତୀ ଆକ୍ରମଣରେ ୫ ମୃତ

କାବୁଲ: ମଙ୍ଗଳବାର ଦିନ ଆଫଗାନିସ୍ତାନର ରାଜଧାନୀ କାବୁଲରେ ହୋଇଥିବା ଏକ ଆତ୍ମଘାତୀ ଆକ୍ରମଣରେ ୩ ଜଣ ସେନା ଯବ।ନଙ୍କ ସହ ମୋଟ ୫ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୨ ଜଣ ଆହତ ହୋଇଥିବା ଅଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆହତଙ୍କ ମଧ୍ୟରେ ୫ ଜଣ ସାଧାରଣ ନାଗରିକ ହୋଇଥିବା ବେଳେ ୭ ଜଣ ସେନା ଯବାନ ଅଛନ୍ତି ବୋଲି ସ୍ଥ।।ନୀୟ ଟୋଲୋ ନ୍ୟୁଜକୁ ଅଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ନସ୍ରତ ରହିମି କହିଛନ୍ତି । ଏହି ଘଟଣାରେ ଆଫଗାନ ନ୍ୟୁଜ ବ୍ରୋଡକାଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି କି, ଏହି ଘଟଣା ମଙ୍ଗଳବାର ସକାଳ ୭ଟାରେ (ସ୍ଥାନୀୟ ସମୟ) କାବୁଲର ମାର୍ସାଲ ଫହିମ ମିଲିଟ।।ରୀ ଆକାଡେମୀ ନିକଟରେ ହୋଇଛି । ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନ ଥିବା ଆଫଗାନ ନ୍ୟୁଜ ପକ୍ଷରୁ ସୂଚନା ଦିଆଯାଇଛି ।

Related posts

ନିପା ଭାଇରସ ସଂକ୍ରମଣରେ ନାବାଳକର ମୃତ୍ୟୁ, ୨ ଆକ୍ରାନ୍ତ

mahabharatanews

ଗୁଜୁରାଟ ଉପମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜୋତା ମାଡ

mahabharatanews

ଚାଲିଥିଲା ପ୍ରିମିୟର ଶୋ, ଦଳାଚକଟାରେ ଗଲା ଜୀବନ

mahabharatanews