(ନୂଆଦିଲ୍ଲୀ): ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । ଆସନ୍ତା ୨ ସପ୍ତାହ ପାଇଁ ତାଙ୍କୁ ବିଦେଶ ଯିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ଦେଇଛନ୍ତି । ଫ୍ରାନ୍ସ ଓ ଲଣ୍ଡନରେ ହେବାକୁ ଥିବା ଟେନିସ ଟୁର୍ଣ୍ଣାମେଣ୍ଟ ପାଇଁ ସେ ବିଦେଶ ଯିବାକୁ ଚାହୁଥିବା କୋର୍ଟର୍ଙ୍କୁ ଜଣାଇଥିିଲେ । ଆବେଦନର ଶୁଣାଣି କରି କାର୍ତ୍ତିଙ୍କୁ ବିଦେଶ ଯିବାକୁ କୋର୍ଟ ଅନୁମତି ଦେଇଛନ୍ତି । କିନ୍ତୁ ଏଥିପାଇଁ ରେଜିଷ୍ଟ୍ରିଙ୍କ ନିକଟରେ ୧୦ କୋଟି ଟଙ୍କାର ସ୍ୟୁରିଟି ଦାଖଲ କରିବାକୁ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ସ୍ୟୁରିଟି ଅର୍ଥ ଜମା କରିବା ପରେ ହିଁ ତାଙ୍କୁ ବିଦେଶ ଯିବା ପାଇଁ ଅନୁମତି ମିଳିବ । ରାଜନୀତି ବ୍ୟତୀତ ଟେନିସ ଜଗତ ପ୍ରତି କାର୍ତ୍ତିଙ୍କ ଦୁର୍ବଳତା ରହିଛି । ସୂଚନାଯୋଗ୍ୟ, କାର୍ତ୍ତି ଚିଦାମ୍ବରମ ଭାରତୀୟ ଟେନିସ ଆସୋସିଏସନର ଉପସଭାପତି ଭାବେ କାର୍ଯ୍ୟ କରିଛନ୍ତି । ସ୍ପେନରେ ୧୫ କୋଟି ଟଙ୍କା ବ୍ୟୟରେ ସେ ଟେନିସ କୋର୍ଟ କିଣିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜାଣିବାକୁ ପାଇଛି । ଏୟାରସେଲ ମ୍ୟାକ୍ସିସ ଦୁର୍ନୀତି ଘଟଣାରେ ସିବିଆଇ ଓ ଇଡି ତାଙ୍କ ନାଁରେ ମାମଲା ରୁଜୁ କରିଛନ୍ତି ।
previous post