ନୂଆଦିଲ୍ଲୀ: ଦିଲ୍ଲୀରେ ହୋଇଥିବା ହିଂସା ବିରୋଧରେ ଏଫଆଇଆର ଦାୟର କରିବା ଦାବିରେ ପୂର୍ବ ସିଆଇସି ବଜାହତ ହବିବୁଲ୍ଲାଙ୍କ ଯାଚିକାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଆଜି ମନା କରିଦେଇଛନ୍ତି । କୋର୍ଟ ଦିଲ୍ଲୀ ହିଂସାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିବା ସହ ଏହା ଉପରେ ଶୁଣାଣି କରିବାକୁ ମନା କରିଦେଇଛନ୍ତି । ଜଷ୍ଟିସ ଏସ କେ କୌଲ ଓ ଜଷ୍ଟିସ ଏମ ଜୋସେଫଙ୍କ ଖଣ୍ଡପୀଠ କହିଛନ୍ତି, ହିଂସା ସହ ଜଡିତ ଯାଚିକାର ବିଚାର କରି ସାହିନବାଗ ପ୍ରଦର୍ଶନ ସମ୍ବନ୍ଧିତ ଦାୟର ଅପିଲ ସଂଖ୍ୟ ବୃଦ୍ଧି କରିବେ ନାହିଁ । ସଲିସିଟର ଜେନେରାଲ ତୁଷାର ମେହତା ସୁପ୍ରିମ କୋର୍ଟଙ୍କୁ ଜଣାଇଛନ୍ତି, ଦିଲ୍ଲୀ ହ।।ଇକୋର୍ଟ ଯାଚିକାର ଶୁଣାଣି କରିଛନ୍ତି । ଏହା ପରେ ସୁପ୍ରିମ କୋର୍ଟ ଦିଲ୍ଲୀ ହିଂସା ସମ୍ବନ୍ଧିତ ଯାଚିକାକୁ ନିରସ୍ତ୍ର କରିଦେଇ କହିଥିଲେ, ହାଇକୋର୍ଟ ଏହାର ବିଚାର କରିବେ । ସ୍ଥିତିକୁ ଶାନ୍ତିପୂର୍ଣ୍ଣ କରିବା ଆଇନ ପ୍ରଣୟନକାରୀ ପ୍ରଶାସନର କାମ । ସଲିସେଟର ଜେନେରାଲ ଦିଲ୍ଲୀ ହିଂସା ଘଟଣାରେ ପ୍ରତିକୂଳ ଟିପଣ୍ଣୀ ନ ଦେବାକୁ କୋର୍ଟଙ୍କୁ ଅନୁରୋଧ କରି କହିଥିଲେ ଏପରି ଟିପ୍ପଣୀ ପୋଲିସ ମନୋବଳକୁ ଭାଙ୍ଗିଦେବ । ଏହି ଅବସରରେ କୋର୍ଟ ଆମେରିକା ଓ ବ୍ରିଟେନ ପୁଲିସର ଉଦାହରଣ ଦେଇ କିଛି ଭୁଲ ହେଉଥିଲେ ପୁଲିସକୁ ଆଇନ ଅନ୍ତର୍ଗତ କାମ କରିବାକୁ କହିଥିଲେ । ସୁପ୍ରିମକୋର୍ଟ କହିଥିଲେ, ଦଙ୍ଗା ଭଡକାଉଥିବା ଲୋକଙ୍କୁ ଯଦି ପୁଲିସ ଖସି ଯିବାକୁ ଦେଇ ନ ଥାନ୍ତା, ତେବେ ଏପରି ହୋଇନଥାନ୍ତା । କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶର ଅପେକ୍ଷା କରିବା ଠିକ ନୁହେଁ ।
previous post