(ମହାଭାରତ, ପାଟଣା): ପାଟଣା ଠାରେ ଜାଗର ମହୋତ୍ସବ ଶନିବାର ଉଦ୍ଘାଟିତ ହୋଇଯାଇଛି । ଏହାକୁ କେନ୍ଦୁଝର ରାଜା ଧନଞ୍ଜୟ ଭଞ୍ଜ ଓ ରାଣୀ ସୁନନ୍ଦିନୀ ଭଞ୍ଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ପ୍ରଥମେ ଉତ୍ସବର ଆୟୋଜକ ଆନନ୍ଦେଶ୍ୱର ମନ୍ଦିର କମିଟି ପକ୍ଷରୁ ରାଜା ଓ ରାଣୀଙ୍କୁ ମନ୍ଦିର ପରିସରକୁ ସ୍ୱାଗତ କରାଯାଇଥିଲା । ସେଠାରେ ଉଭୟେ ପ୍ରଭୂ ଆନନ୍ଦେଶ୍ୱର ମହାଦେବଙ୍କ ପୂଜାର୍ଚ୍ଚନା କରିଥିଲେ । ଏହାପରେ ଏକ ଶୋଭାଯାତ୍ରା ମନ୍ଦିର ପ୍ରାଙ୍ଗଣରୁ ବାହାରି ନଗର ପରିକ୍ରମା କରିଥିଲା । ଏକ ରଥ ଯୋଗେ ପ୍ରଭୂ ଆନନ୍ଦେଶ୍ୱର ମହାପ୍ରଭୂଙ୍କ ଚଳନ୍ତି ପ୍ରତିମାଙ୍କ ସହ କେନ୍ଦୁଝର ରାଜା ରାଣୀ ସହର ପରିକ୍ରମା କରିଥିଲେ । ଶନିବାର ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦୁଝର ରାଜା ରାଣୀ ଜାଗର ମହୋତ୍ସବର ଶୁଭ ଉଦଘାଟନ କରିଥିଲେ । ପାଟଣା ଅଞ୍ଚଳବାସୀ ଓ ଆନନ୍ଦେଶ୍ୱର ମନ୍ଦିର କମିଟି ସଦସ୍ୟଙ୍କ ସ୍ୱାଗତ ସମ୍ବର୍ଦ୍ଧନାକୁ ରାଜା ଧନଞ୍ଜୟ ଭଞ୍ଜ ପ୍ରଶଂସା କରିଥିଲେ । ମନ୍ଦିର କମିଟି ସଭାପତି ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସମାଜସେବୀ ସତ୍ୟବ୍ରତ ନ୍ଧଶଳ, ଇଶ୍ୱର ଚନ୍ଦ୍ର ଦାଶ, ପଣ୍ଡିତ କ୍ଷୀରୋଦ ଚନ୍ଦ୍ର ମିଶ୍ର, ପଣ୍ଡିତ ନନ୍ଦ କିଶୋର ଦାଶ ସମ୍ନାନିତ ଅତିଥି ଭାବେ ଯୋଗ ଦେଇଥିିଲେ । ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ହୋଇଥିଲା ।
previous post