ଓଡିଶା

କୋଣାର୍କ ନୃତ୍ୟ ସଙ୍ଗୀତ ମହୋତ୍ସବ ଉଦଘାଦଟିତ

(ମହାଭାରତ, କୋଣାର୍କ): କୋଣାର୍କ ଠାରେ ନାଟ୍ୟ ମଣ୍ଡପ ପକ୍ଷରୁ ଏକ ନୃତ୍ୟ ସଙ୍ଗୀତ ମହୋତ୍ସବ ଆରମ୍ଭ ହୋଇଛି । ବୁଧବାର ଏହି ଉତ୍ସବର ଉଦ୍ଘାଟନୀ ସନ୍ଧ୍ୟାରେ ନାଟ୍ୟ ମଣ୍ଡପର ସମ୍ପାଦକ ଶିବାଶିଷ ପ୍ରଧାନ, ଯୁଗ୍ମ ସମ୍ପାଦକ ଗୁରୁପଦ ବଳିିୟାର ସିଂହ, ସ୍ୱର୍ଗତ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସହଧର୍ମିଣୀ ସୁଲୋଚନା ପ୍ରଧାନ, ଶୋଭନୀୟ ଶିକ୍ଷାଶ୍ରମର ପ୍ରଧାନ ଆଚାର୍ଯ୍ୟା ରୁକ୍ମିଣୀ ଦେବୀ ପ୍ରମୁଖ ଯୋଗ ଦେଇଥିଲେ । ବୁଧବାର ଆରମ୍ଭ ହୋଇଥିବା ଏହି ଉତ୍ସବ ୩ ଦିନ ଧରି ଏଠାରେ ଚାଲିବ । ବିଭିନ୍ନ ସଙ୍ଗୀତ ନୃତ୍ୟ ଅନୁଷ୍ଠାନର ଶିଳ୍ପୀ କଳାକାରମାନେ ଏଥିରେ ସେମାନଙ୍କ କଳାର ପ୍ରଦର୍ଶନ କରିବେ । ତେବେ ଉଦଘାଟନୀ ଦିବସ ସନ୍ଧ୍ୟାରେ ଗୁରୁ ଲିଙ୍ଗରାଜ ସ୍ୱାଇଁଙ୍କ ନିର୍ଦ୍ଦେଶନାରେ ଶିବ ପଞ୍ଚକ ପରିବେଶିତ ହୋଇଥିଲା । ଏହାପରେ କଟକ ସୁର ମନ୍ଦିର ପକ୍ଷରୁ ଗୁରୁ ଜ୍ୟୋସ୍ନାରାଣୀ ସାହୁଙ୍କ ନିର୍ଦ୍ଦେଶନାରେ ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ପରିବେଶଣ କରିଥିଲେ । ସେହିପରି କୃଷ୍ଣ ବନ୍ଦନା ଓ ଶିବ ତାଣ୍ଡବ ନୃତ୍ୟର ତାଳରେ ଦର୍ଶକମାନେ ମନ୍ତ୍ରମୁଗ୍ଧ ହୋଇଥିଲେ । ଶେଷରେ ଭୁବନେଶ୍ୱରର ଦୟାଲ ଏକାଡେମୀ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପରିବେଶଣ କରାଯାଇଥିଲା ।

Related posts

ବିକ୍ରମ ଲ୍ୟାଣ୍ଡର ଭଗ୍ନାବଶେଷ

mahabharatanews

ଶିଳ୍ପାଞ୍ଚଳରୁ ହଟିଲା ଜବରଦଖଲ: 12 ରେ’ପରିବାର ଟ୍ରାଞ୍ଜିଟ ହାଉସକୁ ସ୍ଥାନାନ୍ତର

mahabharatanews

ଆଜି ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

mahabharatanews

Leave a Comment