Uncategorized

କୋରୋନା ଭୂତାଣୁ ସଂକ୍ରମଣ ଭାରତରେ ସତର୍କସୂଚନା ଜାରି

(ମହାଭାରତ )ନୂଆଦିଲ୍ଲୀ: ଚୀନରେ କୋରୋନା ଭୂତାଣୁ ଭୟଙ୍କର ରୂପ ନେଇଥିବା ବେଳେ ମଙ୍ଗଳବାର ସୁଦ୍ଧା ୧୦୬ ଜଣଙକ୍ ମୃତ୍ୟୁ ହୋଇଥିବା ସୂଚନା ରହିଛି । ବର୍ତ୍ତମାନ ଭାରତ ମଧ୍ୟ ଏହି ଭୂତାଣୁକୁ ନେଇ ହାଇ ଆଲର୍ଟରେ ରହିଛି । ମଙ୍ଗଳବାର ଦିନ ଚୀନରୁ ଆସଥିବା ୩ ଜଣଙ୍କୁ ନୂଆଦିଲ୍ଲୀ ସ୍ଥିତ ଆରଏମଏଲ ହସ୍ପିଟାଲରେ ପରୀକ୍ଷା ନିରୀକ୍ଷା କରାଯାଉଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ସମସ୍ତ ୩ ଜଣଙ୍କ ବୟସ ୨୪ରୁ ୪୮ ବର୍ଷ ମଧ୍ୟରେ ହେବ । ସୋମବାର ଦିନ ଏମାନଙ୍କୁ ଅଲଗା ଭାବେ ରଖାଯାଇଛି ଓ ଏମାନଙ୍କ ସାମ୍ପୁଲ ପୁଣେ ପରୀକ୍ଷାଗାରକୁ ପଠାଯାଇଥିବା ଡା ମିନାକ୍ଷୀ ଭରଦ୍ୱାଜ କରିଛନ୍ତି । ସମସ୍ତ ୩ ଜଜଣଙ୍କଠାରେ ଶ୍ୱାସ ଜନିତ ସମସ୍ୟା ଦେଖ।। ଯିବା ସହ ଥଣ୍ଡା ଓ କାସ ସମସ୍ୟା ରହିଛି । ଏମାନେ ସମସ୍ତେ ନିଜ ତରଫରୁ ଆସି ସ୍ୱାସ୍ଥ୍ୟ ସମସ୍ୟା ନେଇ ପରୀକ୍ଷା କରାଇଥିଲେ । ଏମାନଙ୍କ ମଧ୍ୟରୁ ୨ ଜଣ ସପ୍ତାହେ ତଳେ ଚୀନରୁ ଭାରତ ଆସିଥିବା ବେଳେ ଅନ୍ୟ ଜଣେ ଏକ ମାସ ପୂର୍ବେ ଆସିଥିଲେ ।
ସେହିପରି କେରଳରେ ୫ ଜଣ ବ୍ୟକ୍ତି କୋରୋନା ଭୂତାଣୁରେ ସଂକ୍ରମିତ ସନ୍ଦେହରେ ଅଲଗା ରୋଗୀ କକ୍ଷରେ ନିରୀକ୍ଷଣରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ କେରଳର ତିରୁଅନନ୍ତପୁରମରେ ନିରୀକ୍ଷଣରେ ରଖାଯାଇଥିବା ବେଳେ ଏର୍ଣ୍ଣାକୁଲମ ହସ୍ପିଟାଲର ଅଲଗା କକ୍ଷରେ ୩ ଜଣ ଓ ଥ୍ରିସୁରରେ ଜଣେ ଅଛନ୍ତି । ବହୁଳ ଲୋକଙ୍କୁ ନିରୀକ୍ଷଣରେ ବିଭିନ୍ନ ରାଜ୍ୟରେ ରଖା ଯାଇଛି । ସେହି ସବୁ ରାଜ୍ୟ ମଧ୍ୟରେ ରହିଛି କେରଳ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର । ଏମାନେ ସମସ୍ତେ କୋରୋନା ଭୂତାଣୁ ସଂକ୍ରମିତ ଅଞ୍ଚଳରୁ ଆସଛନ୍ତି ।
ସୂଚନା ମୁତାବକ ଜାନୁଆରୀ ୧୪ ତାରିଖ ମଦ୍ୟରେ ମୋଟ ୧୭ଟି ସାମ୍ପୁଲ ଅ।।ଇସିଏମଆର ନିଭ, ପୁଣେ ପରୀକ୍ଷାଗାରକୁ ପରୀକ୍ଷା ପାଇଁ ଯାଇଛି । ଯେଉଁଥିରେ ୧୪ଟି ପରୀକ୍ଷା ସରିଛି ଓ ସମସ୍ତ ପରୀକ୍ଷା ନେଗେଟିଭ ଆସିଛି । କୋରୋନା ଭୂତାଣୁ ବ୍ୟାପିବା ପରେ ଚୀନରୁ ମୋଟ ୧୫୫ ବିମାନରେ ୩୩,୫୫୨ ଜଣ ଭାରତରେ ପହଞ୍ôଚଥିôବା ସୋମବାର ସୁଦ୍ଧା ରିପୋର୍ଟ ରହିଛି । ଏହି ଭୂତାଣୁକୁ ରୋକିବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ସେପରି କୌଣସି ଭ୍ୟାକ୍ସିନର ଉଦ୍ଭାବନ ହୋଇନାହିଁ । ଭୂତାଣୁ ପ୍ରଜାତିର ଏକ ଭୟଙ୍କର ଓ ବ୍ୟାପକ ଭୂତାଣୁ ଶ୍ରେଣୀର ହେଉଛି କୋରୋନା ଭୂତାଣୁ । ଏହା ସାଧାରଣ ଥଣ୍ଡାରୁ ବ୍ୟପୀ ଥାଏ । ପ୍ରଥମେ ଥଣ୍ଡା, କାଶ ଓ ଶ୍ୱାସ କ୍ରିୟାରେ ସମସ୍ୟା ଦେଖା ଦେଇଥାଏ, ପରେ ଏହା ନିମୋନିଆରେ ପରିଣତ ହୋଇଥାଏ ।

Related posts

ମୋନିକା କପିଲ ମୋହତା ସୁଇଜରଲ୍ୟାଣ୍ଡ ପାଇଁ ଭାରତୀୟ ରାଜଦୂତ ନିଯୁକ୍ତ

mahabharatanews

କୋରୋନା ଭାଇରସରୁ ରକ୍ଷା ପାଇବା ପାଇ ନିୟମିତ ଖାଆନ୍ତୁ ଏହି ୪ଟି ସୁପର ଫୁଡ

mahabharatanews

ବନ୍ୟା ବିତ୍ପାତ ପାଇଁ ଜିଲ୍ଲା ପ୍ରଶାସନ ବିରୋଧରେ ତେଜୁଛି ଅସନ୍ତୋଷ

mahabharatanews