ମହାଭାରତ, କରବେଜିଂ: ଚୀନରେ କୋରୋନା ଭୂତାଣୁରେ ହୋଇଥିବା ମୃତ୍ୟୁସଂଖ୍ୟା ବୃଦ୍ଧିପାଇ ୧୬୦୦ରେ ପହଞ୍ଚିବା ବେଳେ ସଂକ୍ରମଣ ସଂଖ୍ୟା ୬୭,୫୩୫ ହେଲାଣି । ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନ ପକ୍ଷରୁ କୁହାଯାଇଛି, ଏହି ସଂକ୍ରମଣରେ ସର୍ବାଧିକ ପ୍ରଭାବିତ ହୋଇଛି ହୁବେଇ, ଯେଉଁଠାରେ ଶୁକ୍ରବାର ୨୪୨୯ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରୁ ୧୩୯ ଜଣଙ୍କ ମୃତ୍ୟୁ ହୋଇଛି । ଏହା ବ୍ୟତୀତ ହେନାନରେ ଦୁଇ ଜଣ ଓ ବେଜିଂ ଓ ଚୋଙ୍ଗକିଂରେ ଜଣେ ଜଣେ ମୃତ୍ୟୁବରଣ କରିଛନ୍ତି ।
ଚୀନରେ ସୃଷ୍ଟ କୋରୋନା ଭୂତାଣୁ ନିମୋନିଆରେ ପରିଣତ ହେବା ପରେ ଚୀନର ବିଭିନ୍ନ ବିଭାଗ ପକ୍ଷରୁ ଏହାର ମୁକାବିଲା ପାଇଁ ଅର୍ଥ ସହାୟତା ସରକାରକୁ ପ୍ରଦାନ କରାଯାଉଛି । ଚୀନ ସରକାର ୧୭.୨୯ ଅରବ ଚୀନି ୟୁଆନ ହୁବେଇ ଓ ଦେଶର ବିଭିନ୍ନ ସ୍ଥାନରେ କୋରୋନାର ମୁକାବିଲାଳ, ହୁବେଇରେ କେନ୍ଦ୍ରୀୟ ମୌଳିକ ବ୍ୟବହାର ଉପରେ ନିବେଶ ପାଇଁ ଖର୍ଚ୍ଚ କରାଯାଇଛି । କୋରୋନାର ପ୍ରଭାବ ଚୀନର ଶିଳ୍ପ କ୍ଷେତ୍ରକୁ ବହୁ ଭାବେ ପ୍ରଭାବିତ କରିଛି । ମୁଖ୍ୟତଃ ମଧ୍ୟମ ଓ ଛୋଟ ଉଦ୍ୟୋଗ ସମ୍ମୁଖରେ ଚାପ ରହିଛି । କିଛି ଉଦ୍ୟୋଗକୁ ସ୍ଥଗିତ ରଖା ଯାଇଛି । ଏହାକୁ ଦୃଷ୍ଟିରେ ରଖି ଚୀନ ସମ୍ବନ୍ଧିତ ବିଭାଗ ଅର୍ଥ ସମର୍ଥନ ନୀତି ଜାରି କରିଛି ଓ ଛୋଟ ତଥା ଅଣୁ ଦଦ୍ୟୋଗର କର ପରିମାଣ କମ କରିଛି ।
ସେହିପରି ଜାପାନରେ ଡାଇମଣ୍ଡ ପ୍ରିନ୍ସେସରେ ଅଟକିଥିବା କୋରୋନା ପୀଡିତଙ୍କ ସଂଖ୍ୟା ବଢି ୩୫୫ରେ ପହଁଚିଛି । ଜାପାନ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ କଟ୍ସୁନେବୁ କାଟୋ ସାର୍ବଜନୀନ ପ୍ରସାରକ ଏନଏଚକେ ଚର୍ଚ୍ଚାରେ କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ୧,୨୧୯ ଜଣଙ୍କ ପରୀକ୍ଷଣ କରାଯାଇଛି । ସେମାନଙ୍କ ମଧ୍ୟରୁ ୩୫୫ ଜଣଙ୍କଠାରେ କୋରୋନା ଚିହ୍ନଟ ହୋଇଛି ଓ ୭୩ ଲୋକଙ୍କଠାରେ ସଂକ୍ରମଣର କୌଣସି ଲକ୍ଷଣ ପ୍ରକାଶ ପାଇନାହିଁ । ସେହିପରି କ୍ରୁଜରେ ଥିବା ୩ ଭାରତୀୟ କ୍ରୁ ସଦସ୍ୟଙ୍କଠାରେ କୋରୋନା ଭୂତାଣୁ ମିଳିଛି ।
previous post