ଓଡିଶା

କ୍ରିଷ୍ଟିଆନ ମାଇକେଲଙ୍କୁ ଭେଟିବାକୁ ଓକିଲଙ୍କୁ ମିଳିଲାନି ଅନୁମତି

(ନୂଆଦିଲ୍ଲୀ): ବହୁ ଚର୍ଚ୍ଚିତ ଅଗଷ୍ଟାୱେଷ୍ଟଲାଣ୍ଡ ମାମଲା ଲଢୁଥିବା ଆଇନଜୀବୀ ରୋଜମାରୀ ପାଟ୍ରିଜିଙ୍କୁ ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଟିଆନ ମାଇକେଲକୁ ଭେଟିବାକୁ ଦିଲ୍ଲୀର ଏକ କୋର୍ଟ ଅନୁମତି ଦେଇନାହାନ୍ତି । କ୍ରିଷ୍ଟିଆନ ତିହାର ଜେଲରେ ବନ୍ଦୀ ଥିବା ବେଳେ ତାଙ୍କୁ ମାମଲା ବାବଦରେ କିଛି ପ୍ରଶ୍ନ କରିବା ପାଇଁ ଓକିଲ ପାଟ୍ରିକି ଅନୁମତି ମାଗିଥିଲେ । ଯାହାକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ତେବେ ଜଣେ ବନ୍ଧୁ ଭାବେ ସେ ଅଭିଯୁକ୍ତଙ୍କୁ ଜେଲରେ ଭେଟି ପାରିବେ ବୋଲି କୋର୍ଟ କହିଛନ୍ତି । ସ୍ୱତନ୍ତ୍ର ସିବିଆଇ ଜଜ୍ ଅରବିନ୍ଦ କୁମାର ସମସ୍ତ ଦସ୍ତାବିଜର ନିରୀକ୍ଷଣ ପରେ ପାଟ୍ରିଜିଙ୍କୁ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଆଇନଗତ ସହାୟତା ପାଇଁ ଭେଟିବା ଅନୁମତିକୁ ଅଗ୍ରାହ୍ୟ କରିଥିଲେ । ଅଗଷ୍ଟାୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର ଦୁର୍ନିୀତି ମାମଲାରେ ସମ୍ପୃକ୍ତ ଥିବା କ୍ରିଷ୍ଟିଆନାଙ୍କୁ ସାଉଦି ଆରବରୁ ଭାରତ ଅଣାଯାଇଥିଲା । ଯଦି କୌଣସି ବିଦେଶୀ ଆଇନଜୀବି ଜଣେ ଅଭିଯୁକ୍ତଙ୍କୁ ଭାରତର ଜେଲରେ ବନ୍ଧୁ ଭାବେ ଭେଟିବା ପାଇଁ ଚାହୁଁଛନ୍ତି ତେବେ ଅନୁମତି ମିଳିବ ବୋଲି କୋର୍ଟ କହିଥିଲେ ।

Related posts

 ଥମୁନି NAC ଦାବି

mahabharatanews

ଭିନ୍ନ ବିଧାୟକ,ଭିନ୍ନ ବ୍ୟକ୍ତିତ୍ୱ

mahabharatanews

ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲା, ରାଜନୈତିକ ସମ୍ପୃକ୍ତିରୁ ତଦନ୍ତ ଦିଗହରା: ବିଜେପି ମହିଳା ମୋର୍ଚ୍ଚା

mahabharatanews

Leave a Comment