Uncategorized

କ୍ଷିଣ ଆଫ୍ରିକା: ମାଟି ତଳୁ ମିଳିଲା ୬ ହଜାରରୁ ଊଦ୍ଧ୍ୱର୍ ନରକଙ୍କାଳ

ମହାଭାରତ, ନୂଆଦିଲ୍ଲୀ: ଜମି ଖୋଳା ହେବାରୁ ପ୍ରାୟ ୬୦୦୦ ରୁ ଅଧିକ ଲୋକଙ୍କ ହାଡ କଙ୍କାଳ ଉଦ୍ଧାର କରାଯାଇଛି । ଏହି ମାମଲା ପୂର୍ବ ଆଫ୍ରିକାର ବୁରୁଣ୍ଡି ଦେଶର । ସରକାର ତରଫରୁ ଜାନୁଆରୀ ମାସରୁ ସାରା ଦେଶରେ ଖୋଳା ଅଭିଯାନରେ ମିଳିଥିବା ନରକଙ୍କାଳ ମାମଲାରେ ଏହା ସବୁଠାରୁ ବଡ ଧରଣର ମାମଲା । ବୁରୁଣ୍ଡିର କରୁସି ଅଞ୍ଚଳରେ ମ।।ଟି ଖୋଳା ହେବା ବେଳେ ପ୍ରାୟ ୬ ହଜାରରୁ ୬ ହଜାର ୩୩ ଲୋକଙ୍କ କଙ୍କାଳ ଉଦ୍ଧାର କର।।ଯାଇଛି । ଏହି କଙ୍କାଳ ସହ ବହୁ ସଂଖ୍ୟାରେ ଗୁଳି, ଲୋକଙ୍କ ପୋଷାକ, ଚଷମା ଓ ଅନ୍ୟାନ୍ୟ ସାଧନ ଉଦ୍ଧାର ହୋଇଛି । ସେହି ସବୁ ସାମଗ୍ରୀରୁ ଲୋକଙ୍କ ଚିହ୍ନଟ ମଧ୍ୟ କରାଯାଉଛି ।
କିଛି ବର୍ଷ ପୂର୍ବରୁ ସରକାର ସାରା ଦେଶରେ ୪ ହଜାର ସାମୂହିକ କବରସ୍ଥଳୀ ଖୋଳାବା ଓ ମୃତଶରୀରର ଚିହ୍ନଟ କରିବାକୁ ନିଷ୍ପତ୍ତି ନେଇଥିଲା । ଏଥିପାଇଁ ଟ୍ରୁଥ ଆଣ୍ଡ ରିକନ୍ସିଲେସନ କମିଶାନ ଗଠନ କରାଯାଇଥିଲା । ବୁରୁଣ୍ଡିରେ ୧୯୯୩ରେ ଗୃହ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା, ଯାହା ୨୦୦୫ ପର୍ଯ୍ୟନ୍ତ ଚାଲିଥିଲା । ଶେଷରେ ଏକ ଚୁକ୍ତି ପରେ ଗୃହ ଯୁଦ୍ଧ ବନ୍ଦ ହୋଇଥିଲା । ଅନୁମାନ କରାଯାଉଛି, ଗୃହ ଯୁଦ୍ଧ ସମୟରେ ପ୍ରାୟ ୩ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା । ବୁରୁଣ୍ଡିରେ ୧୯୬୫, ୬୯, ୭୨, ୮୮ ଓ ୯୩ରେ ସାମୂହିକ ନରସଂହାର ହୋଇଥିଲା । ହୁତୁ ଓ ତୁସ୍ତି ସମୂହର ଅଧିକାଂଶ ଲୋକ ହିଂସାର ଶିକାର ହୋଇଥିଲେ । ଏଠାରେ ସୂଚନାଯୋଗ୍ୟ, ୨୦୨୦ରେ ବୁରୁଣ୍ଡିରେ ହେବାକୁ ଥିବା ନିର୍ବାଚନ ସମୟରେ ମାନବ।।ଧିକାର ହନନର ମାମଲା ବଢିପାରେ ।

Related posts

ଶକ୍ତ ହେଉଛି ଖାଦ୍ୟ ସୁରକ୍ଷା ବ୍ୟବସ୍ଥା

mahabharatanews

ଜାମିଆ ଡାକ୍ତରଙ୍କ ମୁକ୍ତି ଦାବିରେ ସମନ୍ୱୟ ସମିତିର ବିକ୍ଷୋଭ

mahabharatanews

କିଡନୀ ଷ୍ଟୋନ ସମସ୍ୟା ଦୂର କରେ ମେହେନ୍ଦୀ ପତ୍ର

mahabharatanews

Leave a Comment