Uncategorized

ଖାଆନ୍ତୁ ଖୁଆନ୍ତୁ ଟେଷ୍ଟି ବ୍ରେଡ ମଲାଈ ରୋଲ

(ମହାଭାରତ): ଖାଇବା ପରେ ମିଠା ଖାଇବା ପ୍ରାୟ ଅଧିକାଂଶ ଲୋକଙ୍କ ପସନ୍ଦ । ଅନେକ ସମୟରେ ବଜାରରୁ କିଣା ଯାଇଥିବା ମିଠା ହିଁ ଖାଇଥାନ୍ତି । କିନ୍ତୁ ଜାଣନ୍ତି କି ଘରେ ବି ଆପଣ ଅତି ସହଜରେ ମିଠା ପ୍ରସ୍ତୁତ କରି ଖାଇପାରିବେ । ଏହା ବାହାର ମିଠା ଅପେକ୍ଷା ଅଧିକ ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟପ୍ରଦ । ତେବେ ଘରେ ପ୍ରସ୍ତୁତ କରନ୍ତୁ ‘ବ୍ରେଡ ମଲାଈ ରୋଲ’ ।
ଆବଶ୍ୟକୀୟ ସାମଗ୍ରୀ
୧- ଗୋଟିଏ ଚାମଚ ଲହୁଣୀ
୨- କ୍ଷୀର ଗୋଟେ କପ
୩- ୨ଚାମଚ କ୍ରିମ
୪- ୨କପ ମିଲ୍ଲିକ ପାଉଡର
୫- ଚିନି ଏକ କପ
୬- ଗୁଜୁରାତି ପାଉଡର ଏକ ଚାମଚ
୭- ବ୍ରେଡ ପିସ ୪ଟି
୮- କାଜୁ ୪ଟି
୯- ବାଦାମ ୪ଟି
୧୦– କେଶର ଯୁକ୍ତ କ୍ଷୀର ୨ଚାମଚ
୧୧- ଚେରି
ପ୍ରସ୍ତୁତ ପ୍ରଣାଳୀ: ଏକ ତାୱା ଗରମ କରି ସେଥିରେ ଏକ କପ କ୍ଷୀର, କ୍ରମି, ଏକ ଚାମଚ ଲହୁଣୀ ଦିଅନ୍ତୁ । ଭଲ ଭାବେ ହଲାଇ ମିଶାଇ ଦିଅନ୍ତୁ । ଏବେ ସେଥିରେ କିଛି ମିଲ୍ଲିକ ପାଉଡର ଦିଅନ୍ତୁ ଓ ଭଲ ଭାବେ ମିଶାଇ ଦିଅନ୍ତୁ । ମିଶ୍ରଣଟି ବହଳିଆ ହେବା ପରେ ତାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ । ଏବେ ଏକ କଡାଇରେ ଏକ କପ କ୍ଷୀର ଗରମ କରନ୍ତୁ । ସେଥିରେ ବଳକା ଥିବା କ୍ରିମ ଦିଅନ୍ତୁ । ଏବେ ସେଥିରେ ଚିନି ଦିଅନ୍ତୁ । ଚିନି ଯେମିତି ଭଳ ଭାବେ ମିଶିଯିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଏବେ ସେଥିରେ ଗୁଜୁରାତି ଗୁଣ୍ଡ ଦିଅନ୍ତୁ । ଏବେ ବ୍ରେଡ ସ୍ଲାଇସ ନିଅନ୍ତୁ ଓ ତାର ଚାରି ପାଖରେ ଟ୍ରିମିଙ୍ଗ ରୋଲ କରନ୍ତୁ । ଏକ ଚାମଚ ମାବା ପେଷ୍ଟ ଓ କଟା ଯାଇଥିବା କାଜୁ ଓ ବାଦାମ ଭଲ ଭାବେ ଳଗାନ୍ତୁ । ଏବେ ତାକୁ ମୋଡି ଏକ ଟାଇମ ରୋଲ ପ୍ରସ୍ତୁତ କରନ୍ତୁ । ଏବେ ଏହି ରୋଲ ଗୁଡିକୁ ଧୀରେ ଧୀରେ କ୍ଷୀରରେ ପକାନ୍ତୁ । ପ୍ରସ୍ତୁତ ହେବା ପରେ ଭଲ ଭାବେ ଥଣ୍ଡା କରି ଦିଅନ୍ତୁ । ଥଣ୍ଡା ହେବା ପରେ ପରଷନ୍ତୁ ।

Related posts

ଚୀନ ଲ୍ୟାବ୍‌ରୁ କରୋନା ଭୂତାଣୁ ବ୍ୟାପିବାର ପ୍ରମାଣ ରହିଛି: ପମ୍ପିଓ

mahabharatanews

ଖଜୁରୀ ଖାଇବାର ଫାଇଦା

mahabharatanews

ଟୀକା ପ୍ରସ୍ତୁତ ପାଇଁ ଅଷ୍ଟ୍ରେଲିଆ ସରକାରଙ୍କ ଘୋଷଣା

mahabharatanews

Leave a Comment