(ମହାଭାରତ): ଅ।ମେ ନିୟମିତ ଭାବେ ନିଜ ଖାଦ୍ୟରେ ବିଭିନ୍ନ ପ୍ରକାର ମସଲା ବ୍ୟବହାର କରିଥାଉ । ଏହା ଖାଦ୍ୟର ସ୍ୱାଦ ବଢାଇବା ସହିତ ସ୍ୱାସ୍ଥ୍ୟ ଉପରେ ଏକ ଉତ୍ତମ ପ୍ରଭାବ ପକାଇଥାଏ । ଅ।ଉ ମଧ୍ୟ ପ୍ରତି ମସଲାର ଭିନ୍ନ ଭିନ୍ନ ସ୍ୱାଦ ଥାଏ । ଏଗୁଡିକରେ ଭରପୂର ମାତ୍ରାରେ ଔଷଧୀୟ ଗୁଣ ମହଜୂତ ଥିବାରୁ ଅନେକ ପ୍ରକାର ରୋଗ ମାନଙ୍କରୁ ବି ଏହା ଶରୀରକୁ ସୁରକ୍ଷା ଦେଇଥାଏ । ତେବେ ଅ।ସନ୍ତୁ ଜାଣିବା ଅ ।ପଣ ନିୟମିତ ଭାବେ ବ୍ୟବହାର କରୁଥିବା ମସଲା ଗୁଡିକରେ ଥିବା ମସଲାର ଔଷଧୀୟ ଗୁଣ ବିଷୟରେ:
୧. ତେଜ ପତ୍ର:
ତେଜ ପତ୍ର ଖାଦ୍ୟର ସ୍ୱାସ୍ଥ୍ୟ ବଢାଇବା ସହିତ ଅ।ପଣଙ୍କ ସ୍ୱାସ୍ଥ୍ୟର ବି ବିଶେଷ ଧ୍ୟାନ ରଖିଥାଏ । ଏଥିରେ ପ୍ରୋଟିନ, ଫାଇବର, ଓମେଗା ଥ୍ରୀ ଫ୍ୟାଟି ଏସିଡ,ଭିଟାମିନ-ଏ ଓ ଭିଟାମିନ-ସି ମାତ୍ରା ପ୍ରଚୁର ମାତ୍ରାରେ ଥାଏ । ଏହାକୁ ନିୟମିତ ଖାଇଲେ ଅବସାଦର ହାର ମଧ୍ୟ କମିଥାଏ । ଡାଇବେଟିସ ରୋଗ ପାଇଁ ବି ଏହା ଖୁବ ଲାଭକାରୀ । ଖାଦ୍ୟରେ ଏହାକୁ ସାମିଲ କଲେ ଶରୀରର ଗ୍ଲୁକୋଜ ପରିମାଣ ସନ୍ତୁଳନ ରହିବା ସହ କୋଲେଷ୍ଟେରଲର ମାତ୍ରା ମଧ୍ୟ କମ ହୋଇଥାଏ । ଅ ।ହୁରି ମଧ୍ୟ ଏହି ପତ୍ରରେ ଥିବା କପର, ପୋଟାସିୟମ, କ୍ୟାଲସିୟମ, ଗେଗ୍ନିଜ , ସେଲେନିମ, ଅ ।ଇରନ ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ । ପେଟ ସହ ଜଡିତ ସମସ୍ତ ସମସ୍ୟା ପାଇଁ ତେଜ ପତ୍ର ଅମୃତ ସଦୃଶ ।
୨. ଜିରା:
ଜିରାର ଛୁଙ୍କ ବିନା ତରକାରୀ ଯେମିତି ଅଧୁରା ରହିଥାଏ ୟ ଖାଦ୍ୟର ସ୍ୱାଦ୍ୟ ବଢାଇବା ସହ ପେଟ ଜନିତ ଯନ୍ତ୍ରଣାରୁ ବି ଏହା ମୁକ୍ତି ଦେଇଥାଏ । ମସଲା ବ୍ୟତୀତ ବିଭିନ୍ନ ଘରୋଇ ଚିକିତ୍ସାରେ ବି ଏହାର ବ୍ୟବହାର କରାଯାଇଥାଏ । ଛୋଟ ଛୋଟ ଦିଶୁଥିବା ଏହି ମସଲାର ଗୁଣ କିନ୍ତୁ ଖୁବ ବଡ । ଏଥିରେ ଥିବା ଅ ।ଇରନ, ମାଙ୍ଗାନିଜ, ମ୍ୟାଗନେସିୟମ, ଫସଫରସ ଭଳି ଖଣିଜ ପଦାର୍ଥ ଶରୀରର କାର୍ଯ୍ୟ ଦକ୍ଷତାକୁ ବୃଦ୍ଧି କରିଥାଏ । ଜିରାରେ ଅନେକ ପ୍ରକାରର ଭିଟାମିନ ମଧ୍ୟ ମିଳିଥାଏ । ଥଣ୍ଡା ଓ କଫ ଜନିତ ସମସ୍ୟାରୁ ବି ଏହା ମୁକ୍ତ ରଖିଥାଏ ।
୩. ଗୋଲମରିଚ:
ଗୋଲମରିଚର ବ୍ୟବହାର ଖାଦ୍ୟର ସ୍ୱାଦ୍ୟ ବଢାଇବା ପାଇଁ ହିଁ କରାଯାଏ ୟ ଗୋଲ ମରିଚର ବିଭିନ୍ନ ପ୍ରକାର ଅ।ଣ୍ଟି ବ୍ୟାକ୍ଟେରିଅ ।ଲ ଗୁଣ ଥାଏ । ଏହି ବିଶେଷ ମସଲା ଥଣ୍ଡା କାଶରୁ ଅ।ରମ୍ଭ କରି ପେଟ ଜନିତ ସମସ୍ୟା ପାଇଁ ଏହା ଖୁବ ଲାଭଦାୟୀ ହୋଇଥାଏ ।
୪ . ଡାଲଚିନି:
ଡାଳଚିନିରେ ବି ଭରପୁର ମାତ୍ରାରେ ଅ ।ଣ୍ଟିଅକ୍ସିଡାଣ୍ଟ ଗୁଣ ଥାଏ । ଯାହାକି ହୃଦରୋଗ ପରି ସମସ୍ୟାରୁ ଶରୀରକୁ ସୁରକ୍ଷା ଦିଏ । ଅନ୍ୟ ପକ୍ଷରେ ମସଲା ବି ଖାଦ୍ୟର ସ୍ୱାଦ ବଢାଇବା ସହିତ ଦାନ୍ତ ଜନିତ ସମସ୍ତ ପ୍ରକାର ରୋଗ ଭଲ କରିଥାଏ । ଯାହା ଫଳରେ ଥିବା ପୋଟାସିୟମ, କ୍ୟାଲସିୟମ ଶରୀରର ପ୍ରତିଷେଧକ କ୍ଷମତା ବାଢାଥାଏ ।