(ବେଙ୍ଗାଲୁରୁ): ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚଳିତବର୍ଷ ପ୍ରଥମଥର ପାଇଁ ମାନବଯୁକ୍ତ ଅନ୍ତରୀକ୍ଷ ମିଶନ ଗଗନଯାନ ପଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ଏହି ମିଶନରେ ଯାଉଥିବା ମହାକାଶଚାରୀଙ୍କ ପାଇଁ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ (ଡିଆରଡିଓ) ପକ୍ଷରୁ ସ୍ୱତନ୍ତ୍ର ଖାଦ୍ୟ ବ୍ୟବସ୍ଥା କରାଯାଇଛି । ମହାକାଶଚାରୀଙ୍କ ପ।।ଇଁ ପ୍ରସ୍ତୁତ ଖାଦ୍ୟ ମେନ୍ୟୁରେ ଏଗ୍ ରୋଲ, ଭେଜ ରୋଲ, ଇଡଲି, ମୁଗ ଡାଲି, ହାଲୱା ଓ ଭେଜ ପୁଲାଓ ଆଦି ରହିଛି । ଏଗୁଡିକୁ ଯେପରି ଜିରୋ ଗ୍ରାଭିଟିରେ ମହାକାଶଚାରୀମାନେ ଖାଇପାରିବେ ସେନେଇ ବ୍ୟବସ୍ଥା କରାଯାଇଛି । ଖାଦ୍ୟ ସାମଗ୍ରୀଗୁଡିକୁ ଗରମ କରିବା ପାଇଁ ମଧ୍ୟ ସେମାନଙ୍କୁ ଫୁଡ ହିଟର ପ୍ରଦାନ କରାଯିବ । ଏହାକୁ ମଧ୍ୟ ଡିଆରଡିଓର ମହୀଶୁର ପ୍ରୟୋଗଶାଳାରେ ପ୍ରସ୍ତୁତ କରାଯାଇଛି । ଜିରୋ ଗ୍ରାଭିଟିରେ ମହାକାଶଚାରୀମାନେ ଯେପରି ପାଣି ଓ ଜୁସ ଆଦି ପିଇ ପାରିବେ ସେଥିପାଇଁ ସ୍ୱତନ୍ତ୍ର କଣ୍ଟେନର ମଧ୍ୟ ପ୍ରସ୍ତୁତ କରାଯାଇଛି । କିଛି ଦିନ ତଳେ ଗଗନଯାନ ମିଶନ ପାଇଁ ୪ ଜଣ ବାୟୁସେନାର ସଦସ୍ୟଙ୍କୁ ବଛା ଯାଇଥିବା ଇସ୍ରୋ ଅଧ୍ୟକ୍ଷ କେ. ଶିବନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ଏମାନଙ୍କ ପ୍ରଶିକ୍ଷଣ ଜାନୁଆରୀ ୩ୟ ସପ୍ତାହରେ ଆରମ୍ଭ ହେବ ବୋଲି ଜଣାପଡିଛି ।
previous post