ମହାଭାରତ, କାମାକ୍ଷାନଗର: ଜନ୍ମମାଟିରେ ପହଞ୍ଚିଲା ମୃତ ଏଅ ର ଫୋର୍ସ ଅଫିସର ଧନେଶ୍ୱର ସାହୁଙ୍କ ମର ଶରୀର । ସେ ଜୁନିଅର ୱାରଣ୍ଟ ଅଫିସର ଭାବେ କାର୍ୟ୍ୟ ତୁଲାଉ ଥିଲେ । ଗତ ଡିସେମ୍ଭର ୧ ତାରିଖ ଦିନ ରାଜସ୍ତାନ ନାଲ୍ ଏୟାର ଫୋର୍ସ ଷ୍ଟେସନରୁ ଡ୍ୟୁଟି ସାରି କ୍ୱାଟର କୁ ଫେରିବା ସମୟରେ ସିଡିରୁ ପଡି ଯାଇଥିଲେ । ତାଙ୍କର ମୁଣ୍ଡରେ ଗଭୀର ଅ।ଘାତ ଲାଗିବାରୁ କୋମା ଅବସ୍ଥାରେ ରହିଥିଲେ । ତାଙ୍କର ଏୟାର ଫୋର୍ସ ମେଡିକାଲ୍ରେ ଚିକିତ୍ସା ଲୁଥିବା ଅବସ୍ଥାରେ ଗତ ୧୩ ତାରିଖରେ ସନ୍ଧ୍ୟାରେ ମୃତ୍ୟୁବରଣ କରିଥିଲେ । ରବିବାର ସକାଳେ ତାଙ୍କର ମର ଶରୀରୁ ତାଙ୍କ ଗାଁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାରୁଅ ।ଁରେ ପହଞ୍ଚି ଥିଲା । ଏଥିରେ ଏୟାର ଫୋର୍ସ ଅଧିକାରୀ ମାନେ ଯୋଗଦାନ କରିବା ସହିତ ଗ୍ରାମ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଜିଲ୍ଲା ପରିଷଦ ଏବଂ ଗ୍ରାମବାସୀ ଉପସ୍ଥିତି ରହି ତୋପ ସଲାମି ଦେବା ସହିତ ଅନ୍ତିମ ଶବ ସକ୍ରାର କରିଥିଲେ । ତାଙ୍କର ମୃତ୍ୟୁପରେ ପୂରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।