ଓଡିଶା

ଗୋଚର ଜମିରୁ ଲକ୍ଷାଧିକ ଟଙ୍କାର କାଠ ଚୋରା ଚାଲାଣ

ମହାଭାରତ, ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ତହସିଲ ଅଧୀନରେ ଥିବା ଜିଗ୍ନୀପୁର ଠାରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ମୂଲ୍ୟର ଜୀବନ୍ତ ଗଛ ହାଣି ଚାଲାଣ କରିଥିବାର ଅଭିଯୋଗ ହୋଇଛି । ସରକାର ପରିବେଶର ସୁରକ୍ଷା ନିମନ୍ତେ ଚାରାରୋପଣ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଏପରି ସ୍ଥଳେ ଜିଗ୍ନୀପୁର ଠାରେ ଥିବା ଏକ ଗୋଚର ଓ ଶ୍ମଶାନ ଜମିରୁ ଦୁର୍ବୃତ୍ତମାନେ ବହୁ ମୂଲ୍ୟବାନ ଗଛ କାଟି ନେଇ ଚାଲାଣ କରିଥିବାର ସାଧାରଣରେ ଅଭିଯୋଗ ହୋଇଛି । ପ୍ରାୟ ୨୦/୩୦ଟି ମୂଲ୍ୟବାନ ଜୀବନ୍ତ ଗଛ କାଟି ନିଆଯାଇଥିବାର ଅଭିଯୋଗ ହୋଇଛି । ଏହି ଗଛର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ହେବ ବୋଲି ସାଧାରଣରେ କୁହାଯାଉଛି । ତେବେ ଏ ସମ୍ପର୍କରେ ସ୍ଥାନୀୟ ଲୋକେ ତହସିଲଦାର ଓ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାର ଅଭିଯୋଗ ହୋଇଛି । ପ୍ରଶାସନ ତରଫରୁ ଏହାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସାଧାରଣରେ ଦାବି ହୋଇଛି ।

Related posts

ଡେଙ୍ଗୁ ଆତଙ୍କ ; ଆଖି ବୁଜିଲେ ୨ ଜଣ ବ୍ୟବସାୟୀ

mahabharatanews

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ 

mahabharatanews

କଟକ ନେତାଜୀ ବସ୍ ଟର୍ମିନାଲ ଉଦଘାଟନ ପୂର୍ବରୁ ହୋହାଲ୍ଲା

mahabharatanews