(ମହାଭାରତ): ଜୀବନରେ ସମସ୍ୟା ଲାଗି ରହୁଛି କି? ଆପଣ ସମାଧାନର ବାଟ ବାହାର କରିପାରୁନାହାନ୍ତି । ତାହେଲେ ଏହାର କାରଣ ଆପଣଙ୍କ ଘର ଦ୍ୱାର ବନ୍ଧ ମଧ୍ୟ ହେଇଥାଇପାରେ । ବାସ୍ତୁଶାସ୍ତ୍ର ଅନୁସାରେ, ଆପଣ ଯଦି ଘରେ କିଛି ମାଙ୍ଗଳିକ ଚିହ୍ନ ରଖିବେ ତାହେଲେ ବିପଦ ଆପଣଙ୍କ ପାଖ ମାଡିବ ନାହିଁ । ଯଦି ଆର୍ଥିକ ସ୍ଥିତିରେ ଉନ୍ନତି ଚାହୁଁଛନ୍ତି ତାହେଲେ ଘରର ମୁଖ୍ୟ ଦ୍ୱାରରେ ଏହିସବୁ ଜିନିଷ ଲଗାଇ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ସହ ସୁଖ ସମୃଦ୍ଧିର ଅଧିକାରୀ ହୋଇପାରିବେ ।
ତାହେଲେ ଜାଣନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଆପଣ କେଉଁ ସବୁ ଜିନିଷ ଘରର ଦ୍ୱାରରେ ଲଗାଇବା ଆବଶ୍ୟକ ।
ମୁଖ୍ୟ ଦ୍ୱାର ଆଗରେ ତୁଳସୀ ଗଛ
ହିନ୍ଦୁ ପରମ୍ପରାରେ ସମସ୍ତେ ଘର ଆଗରେ ତୁଳସୀ ଗଛ ଲଗାଇ ପୂଜା କରିଥାନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ ମଧ୍ୟ ଏହା କରିବା ଘରେ ସୁଖ ଶାନ୍ତି ବଜାୟ ରହିଥାଏ । ଏବଂ ଘରେ ଧନ ସହ ଶାନ୍ତି ବିରାଜମାନ କରିଥାଏ ।
ଲକ୍ଷ୍ମୀଙ୍କ ପାଦ ଚିହ୍ନ
ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ୱାରରେ ମା’ଲକ୍ଷ୍ମୀଙ୍କ ପାଦ ଚିହ୍ନ ଲଗାଇବା ଦ୍ୱାରା ଘରେ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିପାରେନାହିଁ । ଏହା ସହ ମା’ଲକ୍ଷ୍ମୀଙ୍କ କୃପା ଘରେ ସବୁବେଳେ ରହିଥାଏ ।
ଲକ୍ଷ୍ମୀଙ୍କ ଫଟୋ ଚିତ୍ର
ଲକ୍ଷ୍ମୀଙ୍କ ପାଦ ଚିହ୍ନ ଘରର ମୁଖ୍ୟ ଦ୍ୱାରରେ ଲକ୍ଷ୍ମୀଙ୍କ ଫଟୋଚିତ୍ର ମଧ୍ୟ ଲଗାନ୍ତୁ । ଏହା ଦ୍ୱାରା ଘରେ କେବେବି ଆର୍ଥିକ ସଙ୍କଟ ଦେଖାଦିଏ ନାହିଁ । ଏହା କରିବା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ନତି ।
ସ୍ୱସ୍ତିକ ଚିହ୍ନ
ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ଲଗାଇବା ଦ୍ୱାରା ଘରେ ସବୁବେଳେ ଶୁଭ ହୋଇଥାଏ । ଏହାଦ୍ୱାରା ଘରେ ସକରାତ୍ମକ ପରିବେଶ ସଷ୍ଟି ହୋଇଥାଏ ।
previous post
next post