Uncategorized

ଘରୁ ଝିଟିପିଟି, ଅସରପା ଓ ମାଛି ଘଉଡାଇବାକୁ ଚାହୁଁଥିଲେ, ଆପଣାନ୍ତୁ ଏହି ଉପାୟ

(ମହାଭାରତ): ସମସ୍ତଙ୍କ ଘରେ ବର୍ଷର ବିଭିନ୍ନ ସମୟରେ କିଛି ନା କିଛି ପୋକ ମାଛି ଦେଖିବାକୁ ମିଳିଥାଏ । ମଶା,ମାଛି,ଅସରପା,ଝିଟିପିଟି ବର୍ଷକ ବାରମାସ ଘରେ ହଇରାଣ କରିଥାନ୍ତି । ଏହିସବୁ କୀଟପତଙ୍କ ଓ ସରିସୃପ ଥରେ ଘରେ ବସା ବାନ୍ଧିଲେ, ଯିବାର ନାଁ ଧରନ୍ତିନି । ଆଉ ଏଥିରୁ ରକ୍ଷା ପାଇବା ଲାଗି ଅନେକ ବଜାରରେ ମିଳୁଥିବା ବିଭିନ୍ନ ପଅକାରର କୀଟପତଙ୍କ ସ୍ପ୍ରେ ବ୍ରବହାର କରିଥାନ୍ତି । କିନ୍ତୁ ଏହାର ପ୍ରଭାବ ବେଶୀ ଦିନ ରହିନଥାଏ । ଫଳରେ ସମସ୍ୟା ଲାଗି ରହିଥାଏ । ତେବେ ଏଥିରେ ଚିନ୍ତା କରିବାର କିଛି ନାହିଁ । ଆପଣ ଘରୋଇ ଉପାୟରେ ବି ଏହି ସବୁ କୀଟପତଙ୍କ ଓ ସରିସୃପଙ୍କୁ କିପରି ଘଉଡାଇ ପାରିବେ । ଚାଲନ୍ତୁ ଜାଣିବା କେମିତି ଏମିତି କରିବେ ।

ମାଛି ଘଉଡାଇବା କିପରିି: ଫାଳେ ସେଓରେ ଲବଙ୍ଗ ଲଗାଇ ଏପରି ସ୍ଥାନରେ ରଖନ୍ତୁ ଯେଉଁଠି ଅଧିକ ମାଛି ବସୁଛନ୍ତି । ଏମିତି କରିବା ଦ୍ୱାରା ମାଛି ସବୁଦିନ ପାଇଁ ଘରୁ ପଳାଇଥାଏ । ତୁଳସୀ ଗଛ ଲଗାଇବା ଦ୍ୱାରା ମଧ୍ୟ ଘରେ ମାଛି ହୋଇନଥାନ୍ତି । ତେଣୁ ଘରେ ତୁଳସୀ ଗଛ ଲଗାନ୍ତୁ । ଏହାସହ ଘରେ କର୍ପୁର ଜାଳନ୍ତୁ । ଏହି ଧୂଆଁ ଘରେ ବ୍ୟାପିବା ଫଳରେ ବି ମାଛି ପଳାଇଯାଆନ୍ତି ।

ଝିଟିପିଟି ଘଉଡାଇବା ଲାଗି: ଯଦି ଘରୁ ଝିଟିପିଟି ତଡିବା ପାଇଁ ଚାହୁଁଛନ୍ତି, ତେବେ ପ୍ରତ୍ୟେକ କବାଟ ଓ କାନ୍ଥରେ ରସୁଣ କୋଲା ଛଡାଇ ଟାଙ୍ଗି ଦିଅନ୍ତୁ । ରୋଷେଇ ଘର କିମ୍ବା ଝରକାରେ ଅଣ୍ଡା ଖୋଳ ରଖନ୍ତୁ । ଏହା ଦ୍ୱାରା ଝିଟିପିଟି ଘରେ ରହିବେ ନାହିଁ ।

ଅସରପା ଘଉଡାଇବା ଲାଗି: ସାଧାରଣତଃ ସମସ୍ତଙ୍କ ଘରେ ଅସରପା ଗୋଟିଏ ବଡ ସମସ୍ୟା । କାରଣ ଅସରପା ଲୋକଙ୍କୁ ବହୁ ହଇରାଣ କରଥାନ୍ତି । ଏପରିସ୍ଥଳେ ପାଣିରେ ବେକିଂ ସୋଡା ମିଶାଇ ପୋଛା ଲଗାନ୍ତୁ । ଏହାଦ୍ୱାରା ଅସରପା ଘରୁ ପଳାଇଯିବେ । ଆଲମାରୀ ଏବଂ ଝରକାରେ ବୋରେକ୍ସ ପାଉଡର ସିଞ୍ଚିବା ଦ୍ୱାରା ମଧ୍ୟ ଘରୁ ଅସରପା ପଳାଇଯାନ୍ତି ।

Related posts

ବାରାକପୁର ସାଂସଦଙ୍କୁ ଆକ୍ରମଣ ଅଭିଯୋଗ

mahabharatanews

ଅପହୃତା ମା’ଙ୍କ ପ୍ରଶ୍ନ: ଝିଅ ଜନ୍ମ ହେଲେ କଣ ହତ୍ୟା କରିବୁ?

mahabharatanews

ବିଶ୍ୱର ୫ ଭୂ-ରାଜନୈତିକ ଚ୍ୟାଲେଞ୍ଜରେ ଭାରତ

mahabharatanews