Uncategorized

ଘରେ ପ୍ରସ୍ତୁତ କରନ୍ତୁ ଦେଶୀ ଆଳୁ ଚିକେନ୍ ବରା

(ମହାଭାରତ):
ଆବଶ୍ୟକ ସାମଗ୍ରୀ: ଦେଶୀ ଆଳୁ ବା ଖମ୍ବ ଆଳୁ, ଚିକେନ୍ କିମା କଷା, ବେସନ, ବିସ୍କୁଟ ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜୀରା ଗୁଣ୍ଡ,ସ୍ୱାଦ ଅନୁସାରେ ଲୁଣ ଏବଂ ତେଲ ।
ପ୍ରସ୍ତୁତପ୍ରଣାଳୀ: ପ୍ରଥମେ ଦେଶୀ ଆଳୁ ବା ଖମ୍ବ ଆଳୁକୁ କାଟି ଲୁଣ ଦେଇ ସିଝାଇ ଦିଅନ୍ତୁ । ସେହିପରି ଚିକେନ୍ କିମାକୁ ମଧ୍ୟ ମସଲା ଦେଇ କଷି ଦିଅନ୍ତୁ । ଦେଶୀ ଆଳୁ ସିଝି ଗଲା ପରେ ସେଥିରେ ବେସନ,ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜୀରା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଓ ଚିକେନ୍ କଷା ପକାଇ ଭଲ ଭାବେ ଚକଟନ୍ତୁ । ତା’ପରେ ଏହି ଚକଟାକୁ ଗୋଲ ଗୋଲ କରି ବରାର ଆକାର ଦିଅନ୍ତୁ ଓ ଏତବରେ ବିସ୍କୁଟ ଗୁଣ୍ଡର ପ୍ରଲେପ ଦେଇ ତେଲରେ ଛାଣି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ‘ଦେଶୀ ଆଳୁ ଚିକେନ୍ ବରା’ ।

Related posts

ମହାରାଷ୍ଟ୍ର: ୭୧୪ ପୁଲିସ ସଂକ୍ରମିତ

mahabharatanews

୦.୨୫% ହ୍ରାସ ପାଇଲା ରିଭର୍ସ ରେପୋ ରେଟ୍ 

mahabharatanews

ବିଧାୟଙ୍କୁ କିଣିବାକୁ ଚେଷ୍ଟା କରିଥିବା ନେତାଙ୍କ ପର୍ଦ୍ଦାଫାସ କରିବୁ: ବିଏସ ରାଥୋଡ

mahabharatanews