Uncategorized

ଘର ପାଇଁ ବାସ୍ତୁ କାହିଁକି ଜରୁରୀ

(ମହାଭାରତ): ଘରର ବାତାବରଣ ସୁବବେଳେ କିପରି ସୁସ୍ଥ ରହିବ ତା’ ପାଇର୍ କିଛି ନିର୍ଦ୍ଧିଷ୍ଟ ନିୟମ ମାନିବାକୁ ପଡ଼ିଥାଏ । କିନ୍ତୁ ହାଠାତ ଯେତେବେଳେ ଘରେ କେଯଣସି କାରଣ ନଥାଇ କଳହ ଏବଂ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ ସେତେବେଳେ ଏହା ଚିନ୍ତାର ବିଷୟ ପାଲଟିଥାଏ ।

ଯେତେ ଧନ ଉପାର୍ଜନ କଲେବି କେଉଁଆଡ଼େ ଆସି କେଉଁଆଡ଼େ ଚାଲିଯାଏ , ତାହା ଜଣାପଡ଼େ ନାହିଁ । କିନ୍ତୁ ବାସ୍ତ୍ୁଶାସ୍ତ୍ରବିତଙ୍କ ମତରେ ଘରର ସକରାତ୍ମକ ଏବଂ ନକରାତ୍ମକ ଉଭୟ ମାହୋଲ ପାଇଁ ଘରର ଗୃହିଣୀ ମାନଙ୍କ ଅବଦାନ ବହୁତ ବେଶୀ । ଗୃହିଣୀ କରୁଥିବା ନିଜସ୍ୱ କର୍ମ ଉପରେ ମଧ୍ୟ ଘରର ମାହୋଲ ନିର୍ଭର କରିଥାଏ ।

ଗୃହିଣୀ ସୂର୍ଯ୍ୟାଦୟ ପୂର୍ବରୁ ବିଛଣା ଛାଡ଼ିବା ଉଚିତ । ବିଛଣା ଛାଡ଼ିବା ପରେ ସ୍ନାନ କରିବା ସହିତ ଘର ସଫା କରିବା ଉଚିତ । କିନ୍ତୁ ସୂର୍ଯ୍ୟାଦୟ ପରେ ଯଦି ଏସବୁ କାମକୁ କରାଯାଏ ଘର ମଧ୍ୟରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ।

ସ୍ନା କରିବା ପରେ ଘରର ଗୃହିଣୀ ରୋଷେଇ ଘରକୁ ପ୍ରବେଶ କରି ରୋଷେଇ ଆରମ୍ଭ କରିବା ଉଚିତ ।

ଆମେ ନିତିଦିନଆ ଖାଦ୍ୟ ତିଆରି କରି ସାରିଲା ପରେ ସବୁଦିନ ସେହି ଖାଦ୍ୟକୁ ଭଗବାନଙ୍କ ପାଖରେ ଅର୍ପଣ କରିବା ଉଚିତ । ଏହାଦ୍ୱାରା ଘରେ ସବୁବେଳେ ସୁଖଶାନ୍ତି ବଜାୟ ରହିଥାଏ ।

ଉହିଳାମାନେ ସାଧାରଣତଃ ସୂର୍ଯ୍ୟାସ୍ତ ପରେ କେଶ କୁଣ୍ଡାଇବା କଥା ନୁହେଁ । ଏମିତି କଳେ ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଘରର ଧାନଧାନ୍ୟ ବୃଦ୍ଧି ହେବାର ବାଧା ସୃଷ୍ଟି ହୋଇଥାଏ ।

ଘରର ମହିଳାମାନେ ଯେତେ ଖୁସିରେ ରହିବେ ଘରର ମାହୋଲ ଏବଂ ବାତାବରଣ ମଧ୍ୟ ସେତେ ଅଧିକ ଭଲ ରହିବ । ଯେଉଁ ଘରର ମହିଳ । ସଦସ୍ୟ ମାନେ ଯେତେ ଅଧିକ ଝଗଡ଼ା ଏବଂ ପାଟିତୁଣ୍ଡ କରିଥାନ୍ତି ଏହା ଘରର ମାହୋଲକୁ ବିଗାଡ଼ିକା ସହିତ ଏକ ନକରାତ୍ମକ ବାତାବରଣ ଘରେ ସୃଷ୍ଟି କରିଥାଏ ।

Related posts

ସଂକ୍ରମଣ ନେଇ ଆଗାମୀ ଲକଡାଉନରେ ଲାଗିବ କଟକଣା

mahabharatanews

ଘରେ ପ୍ରସ୍ତୁତ କରନ୍ତୁ ମଟନ ଡାଲମା

mahabharatanews

ବାଗଦାଦର ଗ୍ରୀନ ଜୋନରେ ରକେଟ ମାଡ

mahabharatanews

Leave a Comment