Uncategorized

ଚନ୍ଦ୍ରଯାନ-୩ ଟିମ୍ ରେ ରହିବେନି ବନିତା

(ବେଙ୍ଗାଲୁରୁ): ଚନ୍ଦ୍ରଯାନ-୨ ଟିମ୍ର ପ୍ରକଳ୍ପ ନିର୍ଦ୍ଦେଶିକା ଥିବା ଇସ୍ରୋ ବୈଜ୍ଞାନିକ ଏମ ବନିତା ଚନ୍ଦ୍ରଯାନ-୩ ଟିମର ସଦସ୍ୟ ହେବେ ନାହିଁ । ମିଶନ ଚନ୍ଦ୍ରଯାନ-୨ର ନେତୃତ୍ୱ ନେଇଥିବା ରିତୁ କରିଧାଲ ଚନ୍ଦ୍ରଯାନ-୩ ମିଶନର ନେତୃତ୍ୱ ନେବେ ବୋଲି ଜଣାପଡିଛି । ଏଣୁ ଇସ୍ରୋ ମୁଖ୍ୟାଳୟ ତରଫରୁ ବନିତାଙ୍କ ସ୍ଥାନରେ ପି ଭିରାମୁତୁୱେଲଙ୍କୁ ନିଯୁକ୍ତି ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଚନ୍ଦ୍ରଯାନ-୨ ସହିତ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମର ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ ସଫଳ ହୋଇ ପାରିନଥିଲା । ଏହି ମିଶନରେ ବନିତାଙ୍କର ଟିମ ସମସ୍ତ ପ୍ରକଳ୍ପ ପାଇଁ ଦାୟୀ ଥିଲା । ତେବେ ତାଙ୍କର ବଦଳି ନେଇ ଇସ୍ରୋ ତରଫରୁ କୌଣସି କାରଣ ଦର୍ଶାଯାଇ ନାହିଁ । ପୂର୍ବରୁ ଚନ୍ଦ୍ରଯାନ-୨ ପାଇଁ ରୁତୁ କରିଧାଲଙ୍କୁ ମିଶନ ନିର୍ଦ୍ଦେଶିକା ଓ ବନିତାଙ୍କୁ ପ୍ରକଳ୍ପ ନିର୍ଦ୍ଦେଶିକା ଭାବେ ନିଯୁକ୍ତି ମିଳିବା ପରେ ଇସ୍ରୋ ପ୍ରଶଂସା କରିଥିଲା ।

Related posts

୧୧ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ : ମେଟା

mahabharatanews

କିର୍ଗିସ୍ତାନରେ ୩ କରୋନା ଆକ୍ରାନ୍ତ

mahabharatanews

ଅତିଥିଙ୍କ ପାଇଁ ପ୍ରସ୍ତୁତ କରନ୍ତୁ ବେସନ ହାଲୱା

mahabharatanews

Leave a Comment